ସାକ୍ଷୀଗୋପାଳ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଫୁଲରେ ସଜେଇ ହୋଇଛି ମନ୍ଦିର ଓ ଜଗମୋହନ

ସୁଆଣ୍ଡୋ: ପୁରୀ ଜିଲାର ଚାରୁ ରତ୍ନଚିରା ତଟ ପ୍ରସିଦ୍ଧ ବୈଷ୍ଣବକ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମନ୍ଦିର ଜଗମୋହନ ପାଟଅଗଣାର ଚତୁଃପାର୍ଶ୍ଵରେ ଫୁଲମାଳ ସଜାଯାଇଛି । ରଙ୍ଗ ବେରଙ୍ଗର ଆଲୋକସଜ୍ଜା ହୋଇଛି । ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ଶେଷ ହେବା ପରେ ଠାକୁର ପୀତବସନ ପରିଧାନ କରି ନାନାଦି ଅଳଙ୍କାର ସହିତ ମଥାରେ କିରୀଟି ହାତରେ ସୁବର୍ଣ୍ଣ ବଂଶୀ ଧରି ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି । ରାତିରେ କୃଷ୍ଣ ଜନ୍ମବିଧି ପାଳନ ପରିପ୍ରେକ୍ଷୀରେ ପୂଜାପଣ୍ଡା ପୁରାଣ ପଣ୍ଡିତ ପାଳିଆ ପତ୍ରି ଭଣ୍ଡାର ମେକାପ ଆପଟ ମଣ୍ଡଣି ସୁଆଁସିଆ ପ୍ରମୁଖ ସେବାୟତମାନେ ଦେବନୀତିମାନ ପାରମ୍ପରିକ ରୀତିନୀତିରେ ସମ୍ପାଦନ ହେଉଛି । ଘଣ୍ଟ ଛତି ତ୍ରାସ ବୈରଖ ମଶାଲ ବାଜାବାଜି ପଲଟନରେ ଠାକୁର ଜନ୍ମବେଦୀକୁ ଯାଇଥାନ୍ତି । କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିର ପରିସର ଆଧ୍ୟାତ୍ମିକ ଭାବାବେଗ ସହିତ ଉତ୍ସବମୁଖର ହୋଇଉଠିଛି ।

Comments are closed.