ଜେଡିୟୁରୁ ବିଦାହେଲେ ପ୍ରଶାନ୍ତ କିଶୋର ଓ ପୱନ୍‍ ବର୍ମା

ପାଟନା : ଶେଷରେ ପ୍ରଶାନ୍ତ କିଶୋର ଓ ପୱନ୍‍ ବର୍ମା ଜେଡିୟୁରୁ ବିଦାହୋଇଛନ୍ତି। ଜନତା ଦଳ ୟୁନାଇଟେଡ୍‍ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‍ କୁମାର ଦଳ ବିରୋଧି କାର୍ଯ୍ୟପାଇଁ ବୁଧବାର ଦଳର ଉପସଭାପତି ପ୍ରଶାନ୍ତ କିଶୋର ଓ ସାଧାରଣ ସମ୍ପାଦକ ପୱନ୍‍ କୁମାର ବର୍ମାଙ୍କୁ ପାର୍ଟିରୁ ବହିଷ୍କାର କରିଛନ୍ତି।

ସିଏଏ ପ୍ରତି ନୀତିଶ୍‍ କୁମାରଙ୍କ ସମର୍ଥନ ଉପରେ ପ୍ରଶ୍ନ ଉଠାଇ ଏହି ଦୁଇ ନେତା ସର୍ବସାଧାରଣରେ ମନ୍ତବ୍ୟ ଦେବାର କିଛି ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ସେମାନେ ନାଗରିକ ସଂଶୋଧନ ଆଇନ ଉପରେ ଏନ୍‍ଡିଏ ସରକାରଙ୍କୁ ଖୋଲାଖୋଲି ସମାଲୋଚନା କରିଆସୁଥିଲେ। ସଂଶୋଧିତ ନାଗରିକ ଆଇନ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ। ପ୍ରଶାନ୍ତ କିଶୋର ଓ ପୱନ୍‍ କୁମାର ବର୍ମା ଏହି ଆଇନର ସମ୍ଭାବ୍ୟ ଅପବ୍ୟବହାର ଓ ଏହା ମାଧ୍ୟମରେ ଲୋକମାନଙ୍କୁ ହଇରାଣ ହରକତ କରାଯିବା ବିଷୟକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

Comments are closed.