ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ

0

ସମଗ୍ର ଭାରତ ବର୍ଷ ଜାନୁଆରୀ ୨୬ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ କରିଥାଏ। ଏହି ଦିନ ଭାରତର ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ। ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଏକ ବିଶାଳ ପ୍ୟାରେଡ ଅନୁଷ୍ଠିତ ହୋଇଥାଏ। ପ୍ୟାରେଡରେ ଭାରତର ହଜାର ହଜାର ନାଗରିକଙ୍କ ଗହଣରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନେକ ଅତିଥିମାନେ ଭାଗ ନେଇଥାଆନ୍ତି। ପ୍ୟାରେଡ ରାଜପଥରେ ହୋଇଥାଏ। ଆସନ୍ତୁ ଜାଣିବା ଭାରତ ବର୍ଷର ପ୍ରଥମ ପ୍ୟାରେଡ କେବେ ଓ କେଉଁ ଠାରେ ହୋଇଥିଲା

୧୯୫୦ ଜାନୁଆରୀ ୨୬ ତାରିଖ ଦିନ ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରାଜପଥରେ ହୋଇନଥିଲା। ତାହା ନୂଆଦିଲ୍ଲୀ ସ୍ଥିତ ଇର୍ବିନ ଷ୍ଟାଡିୟମ (ନ୍ୟାସନାଲ ଷ୍ଟାଡିୟମ)ରେ ହୋଇଥିଲା। ସେହି ପ୍ରଥମ ପ୍ୟାରେଡରେ ଡ. ଭୀମରାଓ ଆମ୍ବେଦକର ଓ ଅନ୍ୟ ବରିଷ୍ଠ ଅତିଥିମାନେ ଭାଗ ନେଇଥିଲେ।

ନୂଆଦିଲ୍ଲୀ ରାଜପଥରେ ୧୯୫୫ମସିହାରେ ପ୍ରଥମ କରି ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ସେହି ବର୍ଷ ଠାରୁ ପ୍ରତିବର୍ଷ ରାଜପଥରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ହେଉଛି। ସେହି ପ୍ୟାରେଡରେ ତତତ୍କାଳୀନ ପ୍ରଧାନମନ୍ତ୍ରୀ, ଜବାହାରଲାଲ ନେହେରୁ ଓ ଅନେକ ବିଦେଶୀ ଅତିଥିମାନେ ଭାଗ ନେଇଥିଲେ।

୧୯୫୨ ମସିହା ପ୍ୟାରେଡରେ ବିଭିନ୍ନ ଯାନ୍ତ୍ରିକ ସାମଗ୍ରୀ  ସାମିଲ କରାଯାଇଥିଲା।

୧୯୫୫ ମସିହା ପରେ ଆଠ କିଲୋମିଟର ରାସ୍ତା ପାର ହେବା ପରେ ରାୟସିନା ହିଲ ଠାରୁ ରାଜପଥ, ଇଣ୍ଡିଆ ଗେଟ୍ ପର୍ୟ୍ୟନ୍ତ ହୋଇଥିଲା। ପ୍ୟାରେଡର ପ୍ରାରମ୍ଭରେ ପ୍ରଥମେ ପ୍ରଧାନମନ୍ତ୍ରୀ ଅମର ଯବାନ ଜ୍ୟୋତିରେ ପୁଷ୍ପମାଲ୍ୟ ଅର୍ପଣ କରିଥାଆନ୍ତି। ତାପରେ ସହିଦ ସୈନିକ ମାନଙ୍କ ସ୍କୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥାଆନ୍ତି।

ଭାରତ ସ୍ବାଧୀନତା ହେବା ପରେ ସମ୍ବିଧାନ ସଭା ଘୋଷଣା ହୋଇଥିଲା। ସମ୍ବିଧାନ ପ୍ରଣୟନ କାର୍ୟ୍ୟ ୧୯୪୭ ଡିସେମ୍ବର ୯ତାରିଖରେ ଆରମ୍ଭ ହୋଇଥିଲା। ସମ୍ବିଧାନ ପ୍ରସ୍ତୁତ ହେବା ପାଇଁ ୨ବର୍ଷ, ୧୧ମାସ, ୧୮ ଦିନ ସମୟ ଲାଗିଥିଲା। ସମ୍ବିଧାନ ସଭାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ୧୯୪୯ ମସିହା ନଭେମ୍ବର ମାସରେ ଭାରତକୁ ସମ୍ବିଧାନ ସମର୍ପି ଦେଇଥିଲେ। ତେଣୁ ଏହି ଦିନକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇଥାଏ।

ଆଲେଖ୍ୟ –ପ୍ରଜ୍ଞାସିନୀ ମଲ୍ଲିକ

Leave A Reply