ଚାକୁଣ୍ଡାପାଳରେ ଜନ ଜାତୀୟ ଗୌରବ ଦିବସ ପାଳିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ମଣ୍ଡଳର ଚାକୁଣ୍ଡାପାଳ ଠାରେ ଜନ ଜାତୀୟ ଗୌରବ ଦିବସ ପାଳନ କରାଯାଇଛି । ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମ ଜୟନ୍ତୀ ପାଳନ ସହ ତାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର କାର୍ଯ୍ୟକାରୀ ସଦସ୍ୟା ଦାସମତି ଚାତାରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ବିପିନ ବିହାରୀ ମହାନ୍ତ ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ନାୟକ ୱାର୍ଡ ସଦସ୍ୟ ସୁକୁମତି ମୁଣ୍ଡା ପଞ୍ଚାୟତ ପ୍ରମୁଖ ପୂର୍ଣ୍ଣଚନ୍ଦ୍ର ନାୟକ ରାଜକିଶୋର ମୁଣ୍ଡା, ପ୍ରଫୁଲ୍ଲ କୁମାର ମହାନ୍ତ, ଦୀନବନ୍ଧୁ ମୁଣ୍ଡା, ବୃଷଭ ମୁଣ୍ଡା, କାହ୍ନୁ ମୁଣ୍ଡା, ଲକ୍ଷ୍ମୀଧର ବେହେରା, ଲିଙ୍ଗରାଜ ମୁଣ୍ଡା, ରୁକ୍ମଣୀ ମୁଣ୍ଡା, ବ୍ରଜ କିଶୋର ବେହେରା, ପ୍ରମୁଖ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ। ଇଂରେଜ ଶାସନ ବିରୋଧରେ ତାଙ୍କର ଶାଣିତ ସଂଗ୍ରାମ ସଂପର୍କରେ ଆଲୋଚନା ହୋଇଥିଲା।

Comments are closed.