ଆଦିବାସୀଙ୍କ ବିଶ୍ବାସର ପର୍ବ ଜନା ସରଣୀ ପୂଜା

କାଶୀପୁର: ବିଶ୍ବାସକୁ ନେଇ ଆଦିବାସୀ ସମ୍ପ୍ରଦାୟ ଉଜ୍ଜୀବିତ। ଏହାକୁ ଆଧାର କରି ସେମାନେ ଜୀଇଁଥାନ୍ତି। ବସ୍ତୁ ଓ ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା। ଏହି ପୂଜା ସେମାନଙ୍କ ଜୀବନ ଜୀବିକାର ଆଉ ଏକ ଅଙ୍ଗ। ସେହିପରି ସେମାନଙ୍କ ଅତୁଟ ବିଶ୍ବାସର ଏକ ପର୍ବ ଜନା ସରଣୀ ପୂଜା। ଆଦିବାସୀ ପରମ୍ପରାରେ ଏହି ପୂଜାକୁ କୃଷିଭିତ୍ତିକ ପୂଜା ରୂପେ ପାଳନ କରାଯାଏ। ଫସଲ ଅମଳ ପୂର୍ବରୁ ଏହି ପୂଜା ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲା କାଶୀପୁର ବ୍ଲକରେ ବହୁଳ ରୂପେ କରାଯାଏ। ପ୍ରକୃତି ଓ ପରମ୍ପରାର ଉପାସକ ହେଲେ ଆଦିମ ଆଦିବାସୀ। ତେବେ ଭିନ୍ନଭିନ୍ନ ରୁତୁକୁ ନେଇ ଅନେକ ପାର୍ବଣ ରହିଛି। ଚଇତି ପର୍ବ, ମାଣ୍ଡିଆରାଣୀ, ନୂଆଖାଇ ଆଦି ପୂଜା ବିଭିନ୍ନ ରୁତୁରେ ପାଳନ କରାଯାଉଥିବା ବେଳେ ଭାଦ୍ରବ ମାସରେ ଆଦିବାସୀ ବସ୍ତିମାନଙ୍କରେ ପାଳନ କରୁଥିବା ପୂଜାକୁ ଭୁଦବଳାନି ବା ଜନା ସରଣୀ ପୂଜା କହନ୍ତୀ।ମୂଖ୍ୟତଃ ଫସଲକୁ ରୋଗ ଦାଉରୁ ରକ୍ଷା କରିବା ସହ ଗାଁ କୁ ରୋଗ ବୈରାଗରୁ ଦୂରରେ ରଖିବା ଏହି ପୂଜାର ମହାତ୍ମ୍ୟ।ଏହି ପୂଜା ମାଧ୍ୟମରେ ଗାଁ ସନ୍ଧି ସ୍ଥାପନା କରି ଇଷ୍ଟ ଦେବୀ ଓ ଅଦୃଶ୍ୟ ଶକ୍ତିର ଉପାସନା କରାଯାଇଥାଏ।ଏହି ପୂଜା ସେମାନଙ୍କ ଅତ୍ୟୁଟ ବିଶ୍ବାସ ରହିଛି।ମୂଖ୍ୟତଃ ମକା ଅମଳ ପରେ କିଛି ଆଦିବାସୀ ସମ୍ପ୍ରଦାୟର ରମଣୀ ଓ ପୁରୁଷ ଏହି ପୂଜା କରିଥାନ୍ତି।ମଉଜ ମଜଲିସ ସହ ଗାଁ ମାନଙ୍କରେ ଏହି ପର୍ବ ପାଳନ କରାଯାଇଥାଏ।ଗ୍ରାମରେ ରହୁଥିବା ଦିସାରି ଓ ଜାନି ଗାଁ ମୁଣ୍ଡରେ ଥିବା ନିଶାନ ମୁଣ୍ଡା ନିକଟରେ ବସି ଦିନ ବାର ଓ ତିଥି ନିର୍ଦ୍ଧାରଣ କରିଥାନ୍ତୀ।ସଠିକ ଲଗ୍ନରେ ଗାଁ ମୁଖିଆର ଠାକୁରାଣୀଙ୍କ ନିକଟରେ ବସି ଆଜ୍ଞା ସ୍ବରୁପ ହଳଦୀ କୁମ୍ପର ପାଦଆଣି ପୂଜାର ଶୁଭି ଆରମ୍ଭ କରିଥାନ୍ତୀ।ବିଭିନ୍ନ ଦେବା ଦେବିଙ୍କ ନାମରେ ପାରମ୍ପାରିକ ବାଦ୍ୟର ତାଳେତାଳେ ବେଜୁଣି ନାଚିବା ସହ ଧୂପ,ଦୀପ,ଝୁଣା ଓ ଜଡାର ବାସ୍ନାରେ ସମ୍ପୁର୍ଣ୍ଣ ଗାଁରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଠି ହୋଇଥାଏ।ଗାଁ ମୁଣ୍ଡରେ ଥିବା ପ୍ରମୁଖ ସନ୍ଧିରେ ଗୋଟିଏ ରାକ୍ଷାସର ମୃର୍ତ୍ତି ସ୍ଥାପନ କରି ଅଦୃଶ୍ୟ ଶକ୍ତିକୁ ପୂଜା କରିବା ଆଉ ଏକ ବିଧି।ଗାଁକୁ ଦୃଷ୍ଠାତ୍ମା ଓ ଆଲୌକିକ ଶକ୍ତିଠାରୁ ରକ୍ଷା କରିବା ଏହି ଜନା ସରଣୀ ପୂଜାର ପରମ୍ପରା।ବାଦ୍ୟର ତାଳେତାଳେ ଗାଁର ମହିଳା ଓ ପୂରୁସ ମାନେ ଉକ୍ତ ରାକ୍ଷାସର ମୁର୍ତ୍ତି ନିକଟରେ ପହଞ୍ଚିଥାନ୍ତୀ।ସମସ୍ତ ପରିବାରରୁ ଆସିଥିବା ମକା ସ୍ଥାପନ କରି ଅତୃପ୍ତ ଆତ୍ମାର ନାମରେ ଭୋଗ ସର୍ମପଣ କରା ଯିବାର ବିଧି ରହିଛି।ରାକ୍ଷାସକୁ ଶାନ୍ତ କରିବା ପାଇଁ ସେଠାରେ କୁକୁଡା ଓ ଛାଗ,ଘୁଷୁରି ଆଦିକୁ ବଳି ଚଡାଯାଉଥିବା ପରିଲିଖିତ ହୋଇଛି।ବଳୀ ପରେ ରକ୍ତକୁ ସମ୍ପୃକ୍ତ ରାକ୍ଷାସର ଜ୍ବହାରେ ଢଳାଯାଇ ଶାନ୍ତ କରିବା ନିତିକୁ ପାଳନ କରାଯାଏ।ପରେ ୪ ଦିଗରେ କୁକୁଡା ବଳି ଦେଇ ଗାଁ ବାନ୍ଧିବାର ନୀତି ସହ ପୂଜା ଶେଷ କରାଯାଇଥାଏ ବୋଲି ଦିଶାରି ପ୍ରକାସ କରିଛନ୍ତୀ।ଏହା ଦ୍ବାରା ଗାଁରେ ଛୋଟଛୋଟ ପିଲାଙ୍କୁ ବିଭିନ୍ନ ମରଣାନ୍ତକ ରୋଗ ଦାଉରୁ ରକ୍ଷା କରିବା ସହ ଚାଷ କାର୍ୟ୍ୟରେ ସହାୟକ ହେଉଥିବା ଗୋରୁଗାାଇ ଓ ପୋଢ ମାନଙ୍କୁ ମଧ୍ୟ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ ବୋଲି ସମ୍ପ୍ରଦାୟର ବିଶ୍ବାସ ରହିଛି।ଦିନରେ ପୂଜା ପଦ୍ଧତି ରାତିରେ ଢୋଲ ସଲପ ନିଶାନ ଚାଙ୍ଗୁର ତାଳେତାଳେ ସଲପ ଓ ମହୁଲି ରସ ସାଙ୍ଗକୁ ଧାଙ୍ଗଡା ଧାଙ୍ଗିଡି ନାଚ ଆଦିବାସୀ ବସ୍ତୀ ଖୁବ ରଙ୍ଗୀନ ହୋଇଉଠେ।

Comments
Loading...