ଭାରତରେ ମିନି ଜନ୍‍ କୁପର ୱର୍କସ ଜିପି ଇନସ୍ପାୟାର୍ଡ ଏଡିସନ୍‌ ଶୁଭାରମ୍ଭ

ନୂଆଦିଲ୍ଲୀ: ମିନି ଅନ୍‍ଲାଇନ ସପ୍‍ରେ ବୁକିଂ ପାଇଁ ଉପଲବ୍ଧ ମିନି ଇଣ୍ଡିଆ ପକ୍ଷରୁ ମିନି ଜନ୍‍ କୁପର ୱର୍କସ ଜିପି ଦ୍ୱାରା ଅନୁପ୍ରାଣିତ ନୂତନ ଲିମିଟେଡ ଏଡ଼ିସନ ମିନି ଜନ୍‍ କୁପର ୱର୍କସ ହ୍ୟାଚ୍‍ର ଶୁଭାରମ୍ଭ କରାଯାଇଛି। କମ୍ପ୍ଲିଟ୍‍ଲି ବିଲ୍‍ଟ ଅପ ୟୁନିଟ ଭାବେ ଆସୁଥିବା ମିନି ଜନ୍‍ କୁପର ୱର୍କସ ଜିପି ଇନସ୍ପାୟାର୍ଡ ଏଡିସନ୍‍ର କେବଳ ୧୫ଟି ୟୁନିଟ ଉପଲବ୍ଧ ହେଉଛି। ଏହାକୁ କେବଳ ମିନି ଅନ୍‍ଲାଇନ ସପ୍‍ରେ ବୁକ୍‍ କରାଯାଇପାରିବ। ମୋଟର ସ୍ପୋର୍ଟ ଫାଶନର ଏକ ଗଭୀର ଭାବନା ଆକାରରେ ଏହି ଲିମିଟେଡ ଏଡ଼ିସନ ମିନି ଜନ୍‍ କୁପର ୱର୍କସ ଜିପି ପ୍ୟାକ୍‍ ସହିତ ଆସୁଛି, ଯାହା ମିନି ଜନ୍‍ କୁପର ୱର୍କସ ହ୍ୟାଚ୍‍ର ଡିଜାଇନ ଓ ଚରିତ୍ର ସହିତ ଉପଯୁକ୍ତ ଭାବେ ମେଳ ଖାଉଛି। ସ୍ୱତନ୍ତ୍ର ଡିଜାଇନ ଗୁଣ ସହିତ ଏହି ମିନି ଜନ୍‍ କୁପର ୱର୍କସ ଜିପିର ଆକର୍ଷଣୀୟ ଅରାକୁ ରାସ୍ତା ଓ ଦୈନନ୍ଦିନ ଜୀବନକୁ ସ୍ଥାନାନ୍ତର କରୁଛି।

Comments are closed.