ଯବାନଙ୍କ ଗୁଳିରେ ଗୋ-ବ୍ୟବସାୟୀ ମୃତ

0

ବାନିହାଲ : ସୁରକ୍ଷାବାହିନୀ ଗୁଳିରେ ଜାମ୍ମୁ-କାଶ୍ମୀର ରାମ୍ବାନ୍‍ ଜିଲାର ବାନିହାଲ ଅଞ୍ଚଳରେ ଜଣେ ଗୋ-ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁଲ୍‍ ଅଞ୍ଚଳର ଦୁଇ ଗୋ-ବ୍ୟବସାୟୀ ମହମ୍ମଦ ରଫିକ୍‍ ଗୁଜ୍ଜର(୨୮) ଓ ସକିଲ ଅହମ୍ମଦ(୩୦) ରବିବାର ଅପରାହ୍ଣରେ କୋଲି ଗ୍ରାମରୁ ବ୍ୟବସାୟ ଶେଷକରି ବାହାରୁଥିବାବେଳେ ୫୮-ରାଷ୍ଟ୍ରୀୟ ରାଇଫଲ ଯବାନ ସେମାନଙ୍କ ଉପରକୁ କୌଣସି କାରଣରୁ ଗୁଳିଚଳାଇଥିଲେ। ଗୁଜ୍ଜରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ସକିଲ ଚିକିତ୍ସାଧୀନ ଅଛନ୍ତି। ସାଧାରଣ ନାଗରିକଙ୍କ ଉପରେ ଏହି ଆକ୍ରମଣକୁ ରାମ୍ବାନ୍‍ ପୁଲିସ ଅଧୀକ୍ଷକ ମୋହନ ଲାଲ ସ୍ୱୀକାର କରିଛନ୍ତି। ଏ ନେଇ ସମ୍ପୃକ୍ତ ଯବାନଙ୍କ ବିରୋଧରେ ଏତଲା ଦାୟର ସହ ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି। ସେନାଧିକାରୀଙ୍କ କହିବାନୁଯାୟୀ, ସେମାନଙ୍କ ସନ୍ଦେହଜନକ ଆଚରଣକୁ ଲକ୍ଷ୍ୟକରି ଯବାନ ଗୁଳି ଚଳାଇଥିଲେ।

Leave A Reply