ପୁଲିସ ଗୁଳିରେ ବୁଖାରୀ ହତ୍ୟାକାରୀ ନିହତ

0

ଶ୍ରୀନଗର: କାଶ୍ମୀରର ପ୍ରଖ୍ୟାତ ସାମ୍ବାଦିକ ଶୁଜାତ ବୁଖାରୀଙ୍କ ହତ୍ୟାକାରୀ ତଥା ଆତଙ୍କବାଦୀ ନବୀଦ ଜଟ୍ଟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛି। ନବୀଦ ଜଟ୍ଟ “ରାଇଜିଂ କାଶ୍ମୀର’ ଖବରକାଗଜର ସମ୍ପାଦକ ଶୁଜାତ ବୁଖାରୀଙ୍କୁ ହତ୍ୟା କରିଥିଲା। ବୁଧବାର ସକାଳେ ଏହି ଅଞ୍ଚଳରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିବାର ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ ଖାନତଲାସ ଆରମ୍ଭ କରିଥିଲେ। ଯେଉଁ ଘର ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉ ଥିଲା ଉକ୍ତ ଘରକୁ ସେନା ରକେଟ ଲଞ୍ଚରରେ ଉଡ଼ାଇ ଦେଇଥିଲେ। ଏହି ପ୍ରକ୍ରିୟା ଚାଲିଥିବାବେଳେ ଆତଙ୍କବାଦୀ ଗୁଳିରେ ୩ଜଣ ସେନା ଆହତ ହୋଇଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୨ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ନବୀଦ ଜଟ୍ଟ ଥିବା ପୁଲିସ କହିଛି।

Leave A Reply