ଜମ୍ମୁରେ ପୁଣି ସଡକ ଦୁର୍ଘଟଣା ; ବସ୍‍ ଖସି ୫ ମୃତ,୨୫ ଆହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ୨୪ ଘଣ୍ଟାରେ ପୁଣି ଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରଜୌରୀରେ ଏକ ବସ୍‍ ଖାଇକୁ ଖସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଘଟଣା ବିଷୟରେ ଖବର ପାଇ ସେନା, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣା ସ୍ଥଳରୁ ଏଯାଏଁ ୫ ମୃତ ଦେହ ଉଦ୍ଧାର କରାଯାଇଛି। ଉକ୍ତ ବସ୍‍ଟି ଜମ୍ମୁରୁ ପୁଞ୍ଛ ଯାଉଥିଲା ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ସୂଚନା ଯୋଗ୍ୟ ; ଗତକାଲି ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲାରେ ବଡ ଧରଣର ଏକ ସଡକ ଦୁର୍ଘଟଣା ଘଟିଥିଲା। ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ  ଏକ ଯାତ୍ରୀବାହୀ ବସ ଖାଇକୁ ଖସି ଯାଇ ଏଥିରେ ପ୍ରାୟ ୧୧ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହାସହ ୨୦ ରୁ ଅଧିକ ଆହତ ମଧ୍ୟ ହୋଇଥିଲେ।ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଘଟଣା ବିଷୟରେ ଖବର ପାଇ ସେନା ଓ ପୁଲିସର ଯବାନମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Comments are closed.