ଜମ୍ମୁରେ ପୁଣି ଆତଙ୍କବାଦୀଙ୍କ ନୃଂଶସକାଣ୍ଡ ; ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କୁ କଲେ ହତ୍ୟା

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ନୃଂଶସକାଣ୍ଡ ଦେଖାଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ମଙ୍ଗଳବାର ଜଣେ ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳର ଏକ ହାଇସ୍କୁଲର ଜଣେ ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଗୁଳି ବାଜିବା ପରେ ଶିକ୍ଷୟତ୍ରୀ ଜଣକ ଗୁରୁତର ହୋଇଯାଇଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା,ମାତ୍ର ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ପାଇବା ମାତ୍ରେ ପୁଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏହି ଅଞ୍ଚଳକୁ ଘେରାଉ କରିଛନ୍ତି । ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ କୁଲଗାମର ଗୋପାଳପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ ।
ଶିକ୍ଷୟତ୍ରୀ ଜଣଙ୍କ ଜାମ୍ମୁ ଡିଭିଜନର ଜିଲ୍ଲା ସାମ୍ବା ନିବାସୀ ଥିଲେ। ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛନ୍ତି ।

ଏହି ଦୁଃଖଦ ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ନେତା ଓମାର ଅବଦୁଲ୍ଲା ଶିକ୍ଷୟତ୍ରୀଙ୍କ ହତ୍ୟାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଓମାର ଅବଦୁଲ୍ଲା ତାଙ୍କ ଟ୍ୱିଟର ଲେଖିଛନ୍ତି, ‘ ଏହା ଅତ୍ୟନ୍ତ ଦୁଃଖଦାୟକ। ନିରୀହ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣର ଏକ ଲମ୍ବା ତାଲିକାରେ ଏହା ଆଉ ଏକ ଟାର୍ଗେଟ ହତ୍ୟା ।

Comments are closed.