ଅବନ୍ତିପୋରା ଓ ଶ୍ରୀନଗରରେ ଗୁଳିବିନିମୟ ; ୪ ଆତଙ୍କୀ ନିପାତ

ଶ୍ରୀନଗର : ଅବନ୍ତିପୋରା ଓ ଶ୍ରୀନଗରରେ ଦୁଇଟି ସ୍ଥାନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଚାରି ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ଜଣାପଡିଛି।
ଦକ୍ଷିଣ କଶ୍ମୀରର ପୁଲୱାମାର ଅବନ୍ତିପୋରାରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗୁଳିବିନିମୟରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି। କଶ୍ମୀର ପୁଲିସ କହିବାନୁଯାୟୀ, ସୁରକ୍ଷାକର୍ମୀ କଶ୍ମୀର ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀଙ୍କୁ ଘେରାଉ ଅବସ୍ଥାରେ ଉଭଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି।
ଶ୍ରୀନଗରରେ ଗୁଳିବିନିମୟରେ ଲସ୍କରର ଆଉ ଏକ ଆତଙ୍କବାଦୀ ସହ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ସୂଚନା ମିଳିଛି।

Comments are closed.