ସେନା ଓ ଆତଙ୍କବାଦୀ ଗୁଳିବିନିମୟ, ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀରର ସୋପାରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଠାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୋପାର ପୁଲିସର ମିଳିତ ଟିମ୍, ୨୨ ଆରଆର ଏବଂ ସିଆରପିଏଫ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
ଏହାପୂର୍ବରୁ ଜୁନ୍ ୨୩ରେ ପୁଲୱାମାର ବାନ୍ଧୁ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଜଣେ ସିଆରପିଏଫ୍ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

Comments are closed.