ପାକିସ୍ତାନ ଲିଙ୍କକୁ ନେଇ ଟ୍ୱିଟ୍‌ ଯୁଦ୍ଧ: ଓମରଙ୍କ ପ୍ରତିକ୍ରିୟା ପରେ ମନ୍ତବ୍ୟ ଫେରାଇନେଲେ ମାଧବ

0

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ବିଧାନସଭା ଭାଙ୍ଗିବା ପରେ ରାଜନୈତିକ ଚଳଚଞ୍ଚଳତା ବୃଦ୍ଧି ପାଇଛି। ଗୁରୁବାର ପୂର୍ବାହ୍ନରେ ଜମ୍ମୁ-କାଶ୍ମୀର କଂଗ୍ରେସ, ପିଡିପି ଓ ଏନସି ମେଣ୍ଟକୁ ନେଇ ସୀମା ଅପରପାର୍ଶ୍ବରୁ ଆସିଛି ନିର୍ଦେଶ ବୋଲି ମନ୍ତବ୍ୟ ଦେବା ପରେ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ ରାମ ମାଧବଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ ଆରମ୍ଭ ହୋଇଥିଲା। ପାକିସ୍ତାନ ଲିଙ୍କକୁ ନେଇ ବିଜେପି ମହାସଚିବ ରାମ ମାଧବଙ୍କ ଏଭଳି ମନ୍ତବ୍ୟକୁ ପ୍ରମାଣିତ କରିବାକୁ ଓମର ଅବଦୁଲ୍ଲା ଦାବି କରିଥିଲେ। ନଚେତ ସର୍ବସାଧାରଣରେ ଭୁଲ ମାଗିବାକୁ ତାଗିଦ୍‌ କରିଥିଲେ। ଓମରଙ୍କ ଜିଦ୍‌ ଆଗରେ ଶେଷରେ ହାର ସ୍ୱୀକାର କରିଥିଲେ ରାମ ମାଧବ। ଟ୍ୱିଟରେ ସେ ତାଙ୍କ ଶବ୍ଦ ଫେରାଇ ନେବା ସହ ଏହା ଏକ ରାଜନୈତିକ ମନ୍ତବ୍ୟ ଏହାକୁ ବ୍ୟକ୍ତିଗତ ଭାବେ ଗ୍ରହଣ କରିବା ଉଚିତ ନୁହେଁ ବୋଲି ଟ୍ୱିଟ୍‌ କରିଛନ୍ତି।

Leave A Reply