ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର: ପୁଲଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।  ପୂର୍ବରୁ ଯବାନଙ୍କ ଗୁଳି​‌ରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନର ସୂଚନା ଅନୁସାରେ ଏବେ ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଲଓ୍ୱାମାରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି । ଉଭୟ ଦୁଇ ମୃତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା କୁହାଯାଉଛି । ସେମାନଙ୍କ ମୃତଦେହ ନିକଟରୁ ୨ଟି ଏକେ ୪୭ ଜବତ କରାଯାଇଛି ।  ମାର୍ଚ୍ଚ ଓ ଏପ୍ରିଲ ମାସରେ ହୋଇଥିବା ହତ୍ୟା ଘଟଣାରେ ଉଭୟ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ସୂଚନା ମିଳିଛି । ପ୍ରବାସୀ ଶ୍ରମିକଙ୍କୁ ଅତି ନିର୍ମମ ଭାବେ ଏହି ଆତଙ୍କବାଦୀ ମାନେ ହତ୍ୟା କରିଥିଲେ ।

Comments are closed.