ବଡ଼ଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; ୩ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀର: ବଡ଼ଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ସକାଳୁ ସକାଳୁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତରେ ଏହି ଗୁଳିବିନିମୟ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ଜମ୍ମୁ-କାଶ୍ମୀରର ଏଡିଜିପି ବିଜୟ କୁମାର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଏହି ଗୁଳିବିନିମୟରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହି ମୃତ ଆତଙ୍କବାଦୀ ମାନେ ଅନେକ ହତ୍ୟାକାଣ୍ଡରେ ସାମିଲ ଥିଲେ । ସ୍ୱାଧୀନତା ଦିବସରେ ଆତଙ୍କବାଦୀ ମାନେ ଆଇଇଡି ବିସ୍ଫୋରଣ କରିବାରେ ଯୋଜନା କରିଥିଲେ । ଏହା ଜାଣିପାରି ସୁରକ୍ଷାକର୍ମୀ ଓ ପୁଲିସ ମିଳିତରେ ସର୍ଚ୍ଚ ଅପରେ ସନ କରାଯିବା ସହ ଗୁଳିବିନିମୟ କରାଯାଇଥିଲା । ଯେଉଁଥିଲେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

Comments are closed.