ଖୁବ୍‌ ଶୀଘ୍ର ଜାମ୍ମୁ-କାଶ୍ମୀର ପାଇଁ ଶିଳ୍ପ ପ୍ୟାକେଜ: ଗୋୟଲ

ଜାମ୍ମୁ : ଜାମ୍ମୁ-କାଶ୍ମୀରରେ ଆଗାମୀ ଦିନରେ ଏଠାରେ ବିପୁଳ ପୁଞ୍ଜିନିବେଶ ନେଇ ଅନେକ ସମ୍ଭାବନା ରହିଛି। ଏହା ସହିତ କେନ୍ଦ୍ର ସରକାର ଏହି କେନ୍ଦ୍ରଶାସିତ ଅଞ୍ଚଳ ଲାଗି ବିପୁଳ ଶିଳ୍ପ ପ୍ୟାକେଜ ଦେବେ ବୋଲି କେନ୍ଦ୍ର ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରକୁ ଦେଶର ଅନ୍ୟ ପ୍ରାନ୍ତ ସହିତ ରେଳ ଯୋଗାଯୋଗ ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ଜାମ୍ମୁ-କାଶ୍ମୀରର ବିକାଶ ଲାଗି ୨୦୧୮ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏହା ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଧାରା ୩୭୦ ଉଚ୍ଛେଦ ପରେ ଲୋକମାନେ କି ପ୍ରକାର ଲାଭ ପାଇବେ ତାହା ଜଣାଇବା ଲାଗି କେନ୍ଦ୍ର ସରକାର ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଶନିବାର ଠାରୁ ସପ୍ତାହ ବ୍ୟାପୀ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ କାଶ୍ମୀର ଗସ୍ତ କରି ସଚେତନତା ଚଳାଇଛନ୍ତି। ଗୋୟଲ କାଶ୍ମୀରରୁ ଫେରିବା ସମୟରେ ବିମାନବନ୍ଦରରେ ସାମ୍ବାଦିକଙ୍କୁ ଏପରି କହିଛନ୍ତି।

Comments are closed.