ଜାମ୍ମୁ ବିସ୍ଫୋରଣର ଅଭିଯୁକ୍ତ ଜଣେ ନାବାଳକ; ହିଜବୁଲ ଦେଇଥିଲା ମୋଟା ଅଙ୍କର ଅର୍ଥ

0

ଜାମ୍ମୁ: ଜାମ୍ମୁ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ ବିସ୍ଫୋରଣ କରିଥିବା ଅଭିଯୁକ୍ତ ଜଣେ ନାବାଳକ। ତାଙ୍କ ବୟସ ୧୬ ବର୍ଷରୁ କମ୍‌। ଟଙ୍କା ଲୋଭରେ ପଡ଼ି ସେ ଏହି ବିସ୍ଫୋରଣ ଘଟାଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।

ସୂଚନା ମୁତାବକ, ଏହି ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଗ୍ରେନେଡ ଫିଙ୍ଗି ଦୌଡ଼ିବା ସମୟରେ ଉକ୍ତ ନାବାଳକଙ୍କୁ ଧରାଯାଇଥିଲା। ତେବେ ଏହି ବିସ୍ଫୋରଣ ପାଇଁ ହିଜବୁଲ ଆତଙ୍କବାଦୀ ସଂଗଠନ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲା ବୋଲି ସମ୍ପୃକ୍ତ ନାବାଳକ ପଚରାଉଚରା ବେଳେ କହିଛନ୍ତି। ଏଥିରୁ ଏହି ସଙ୍କେତ ମିଳୁଛି ଯେ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଇବା ଲାଗି କମ୍‌ ବୟସର ପିଲାଙ୍କୁ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଗ୍ରେନେଡ ବିସ୍ଫୋରଣ କରିଥିବା ଅଭିଯୁକ୍ତ ନାବାଳକଙ୍କୁ ଆସନ୍ତା ୧୨ ତାରିଖରେ ୧୬ ବର୍ଷ ହେବ। ୨୦୦୩ ମାର୍ଚ୍ଚ ୧୨ ତାଙ୍କ ଜନ୍ମ ତାରିଖ ବୋଲି ତାଙ୍କ ଆଧାରକାର୍ଡ ଏବଂ ସ୍କୁଲ ରେକର୍ଡରୁ ଜଣାପଡ଼ିଛି।

Leave A Reply