ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର

ଜମ୍ମୁକାଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଅନନ୍ତନାଗସ୍ଥିତ ଅରୱାନୀ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ବେଳେ, ଏକ ଘର ଭିତରେ ୨ ଆତଙ୍କବାଦୀ ଲୁଚିରହିଥିବା ଜଣାପଡ଼ିଛି । ପୂର୍ବରୁ ବୁଧବାର ଦିନ ମଧ୍ୟ ଜମ୍ମୁକାଶ୍ମୀରରେ ଏନକାଉଣ୍ଟର ହୋଇଥିଲା । ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀ ମାନେ ଜଣେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଏହି ଘଟଣାର ୧ ଘଣ୍ଟା ପରେ ଅନନ୍ତନାଗରେ ପୋଲିସ ଅଧିକାରୀଙ୍କ ଉପରେ ଗୁଳିମାଡ଼ ହୋଇଥିଲା ।  ଗୁଳିମାଡ଼ରେ ଏଏସ୍ଆଇ ମହମ୍ମଦ ଅଶରଫ ସହିଦ ହୋଇଥିଲେ  ।

Comments are closed.