ଦୂରନ୍ତ ଏକ୍ସପ୍ରେସରୁ ଲୁଟ; ରେଲୱେ କମ୍ପପ୍ଲେନ ପୋର୍ଟାଲାରେ ଯାତ୍ରୀଙ୍କ ଅଭିଯୋଗ

0

ନୂଆଦିଲ୍ଲୀ: ଅତି ସୁରକ୍ଷିତ ଶ୍ରେଣୀ କୁହାଯାଉ ଥିବା ଦୂରନ୍ତ ଏକ୍ସପ୍ରେସ୍‌ର ଏସି କୋଚରେ ଗୁରୁବାର ସକାଳେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ଜଣେ ବ୍ୟକ୍ତି ନିଜର ଅଭିଯୋଗ ରେଲୱେ କମ୍ପପ୍ଲେନ ପୋର୍ଟାଲା ମାଧ୍ୟମରେ ଜଣାଇଛନ୍ତି । ଏହି ଘଟଣା ପରେ ଏବେ ରେଲୱେ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଭିଯୋଗାକରୀ ଅଶ୍ବନୀ କୁମାର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆଜି ସକାଳେ ଜାମ୍ମୁରୁ ଦିଲ୍ଲୀ ଯାଉଥିବା ଜାମ୍ମୁ-ଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ବେଳେ ଭୋର ପ୍ରାୟ ସାଢେ ୩ଟାରେ ଦିଲ୍ଲୀ ଉପକଣ୍ଠରେ ରେଳ ଧାରଣା ଜାମ ଯୋଗୁଁ ଟ୍ରେନଟି ଅଟକି ଥିଲା। ଏହି ସମୟରେ ପ୍ରାୟ ୧୦ ଜଣ ସଶସ୍ତ୍ର ଦୁର୍ବୃତ୍ତ କୋଚ ନମ୍ବର ୩ ଏବଂ କୋଚ ନମ୍ବର ୭ରେ ପଶିଥିଲେ । ପରେ ସେମାନେ ଯାତ୍ରୀଙ୍କୁ ଧମକାଇ ସେମାନଙ୍କଠାରୁ ମୋବାଇଲ୍‌ ଫୋନ୍‌, ଅଳଙ୍କାର, ନଗଦ ଟଙ୍କା, ଏଟିଏମ୍‌ କାର୍ଡ ଏବଂ ଅନ୍ୟାନ୍ୟ ଦାମିକା ଜିନିଷ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ୧୦ରୁ ୧୫ ମିନିଟ୍ ମଧ୍ୟରେ ଏହି ଘଟଣା ଘଟିଥିବା ଅଭିଯୋଗରେ ଦର୍ଶଯାଇଛି । ଏହି ଘଟଣା ସମୟରେ ସେଠାରେ କେହି ଟ୍ରେନ୍ କର୍ମଚାରୀ ଏବଂ ସୁରକ୍ଷାକର୍ମୀ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି । ଘଟଣା ଘଟିବାର ପ୍ରାୟ ୨୦ ମିନିଟ ପରେ ଯାତ୍ରୀ ଟିଟିଆଇଙ୍କ ଭେଟ ପାଇଥିଲେ । ଟ୍ରେନଟି ଦିଲ୍ଲୀ ଷ୍ଟେସନରେ ପହଞ୍ଚିବା ପରେ ଏହି ଘଟଣାର ଏଫଆଇଆର ହୋଇଛି ।

Leave A Reply