ଜାମ୍ମୁ କାଶ୍ମୀରରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର କଂଗ୍ରେସ ନେତା ଗୁଲାମ ନବୀ ପଟେଲଙ୍କୁ ଆତଙ୍କବାଦୀମାନେ ବୁଧବାର ଅପରାହ୍ନରେ ହତ୍ୟା କରିଛନ୍ତି। ପଟେଲ ତାଙ୍କ କାର୍‌ ଯୋଗେ କୌଣସି ସ୍ଥାନକୁ ଯାଉଥିବା ବେଳେ ଦକ୍ଷିଣ କାଶ୍ମୀରର ରାଜପୋରାଠାରେ ଆତଙ୍କବାଦୀମାନେ ତାଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ପଟେଲଙ୍କ ସମେତ ତାଙ୍କର ଦୁଇ ଜଣ ସୁରକ୍ଷା ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ଡାକ୍ତରଖାନା ନିଆଯିବା ବାଟରେ ପଟେଲଙ୍କର ମୃତ୍ୟୁ ଘଟିଥିଲା। ଆହତ ସୁରକ୍ଷାକର୍ମୀ ଦ୍ୱୟ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୁଲିସ ଘଟଣାସ୍ଥଳକୁ ଘେରାଓ କରି ଆତଙ୍କବାଦୀଙ୍କ ସନ୍ଧାନ ଜାରି ରଖିଛି। ପଟେଲ ପୂର୍ବରୁ ଶାସକ ଦଳ ପିଡିପିର ନେତା ଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଦୁଃଖ ପ୍ରକାଶ କରିଛନ୍ତି।

Leave A Reply