ଶ୍ରୀନଗରରେ ସିଆରପିଏଫ ପୋଷ୍ଟ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ,୨ ସାଧାରଣ ନାଗରିକ ଆହତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ଶ୍ରୀନଗରରେ ସିଆରପିଏଫ ପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀ ଗ୍ରେନେଡ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଗ୍ରେନେଡ୍ ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡିଛି। ସୂଚନାଅନୁସାରେ ଶ୍ରୀନଗରର ହଜରତବଲ ନିକଟରେ ହବକ କ୍ରସିଂରେ ସିଆରପିଏଫର ପୋଷ୍ଟକୁ ଟାର୍ଗେଟ କରି ଗ୍ରେନେଡ୍ ମାଡ କରାଯାଇଥିଲା। କିନ୍ତୁ ଗ୍ରେନେଡ ଲକ୍ଷ୍ୟ ବିଚ୍ୟୁତ ହୋଇ ସାଧାରଣ ଲୋକଙ୍କ ଗହଣରେ ପଡିଥିଲା। ଏହାପରେ ଗ୍ରେନେଡ୍ ବିଷ୍ଫୋରଣ ହୋଇ ଦୁଇ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ ପରେ  ସିଆରପିଏଫ ଯବାନ ଏବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚଳାଇଛନ୍ତି।

Comments are closed.