କୁଖ୍ୟାତ ଆତଙ୍କବାଦୀ ରିୟାଜ ଅହମଦ ଗିରଫ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲିସ୍‍କୁ ରବିବାର ଏକ ବଡ଼ ସଫଳତା ମିଳିଛି। ପୁଲିସ୍‍ କିସ୍ତୱାର ଅଞ୍ଚଳରୁ ମୋଷ୍ଟୱାଣ୍ଟେଡ କୁଖ୍ୟାତ ଆତଙ୍କବାଦୀ ରିୟାଜ ଅହମଦକୁ ଗିରଫ କରିଛି।
ସୂଚନା ଅନୁସାରେ ଆତଙ୍କବାଦୀ ରିୟାଜ ଅହମଦ ଜାମ୍ମୁ କାଶ୍ମୀର ଯୁବକଙ୍କୁ ଆତଙ୍କବାଦୀ ହେବାକୁ ପ୍ରୋତ୍ସାହିତ କରୁଥିଲା। ତାର ପ୍ରୋତ୍ସାହନରେ କେତେକ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ସେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା। ଗତ ମାସ ସୋପିଆନାରୁ ଜଣେ ଏସ୍‍ପିଓ ଓ ୨ ଯୁବକଙ୍କୁ ରିୟାଜ ଅହମଦ ଓ ତାର ସାଥୀ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ସେମାନେ ଏସ୍‍ପିଙ୍କୁ ହତ୍ୟା କରିଥିଲା ବେଳେ ଅନ୍ୟ ୨ ଯୁବକଙ୍କୁ ଛାଡ଼ି ଦେଇଥିଲେ। ଏହାପରଠାରୁ ସୁରକ୍ଷା କର୍ମୀମାନେ ଅପହରଣରେ ସାମିଲ ରିୟାଜ ଅହମଦ, ତାର ସାଥୀ ଆତଙ୍କବାଦୀ ଜୈଦ ଅହମଦ ଏବଂ ବାଶାର୍ତ ଅହମଦକୁ ଖୋଜୁଥିଲେ।
ରବିବାର ଜାମ୍ମୁ କାଶ୍ମୀର ପୁଲିସ୍‍ ରିୟାଜ ଅହମଦକୁ ଧରିବାରେ ସଫଳ ହୋଇଛି।

Leave A Reply