ହନ୍ଦୱାରାରେ ଏନକାଉଣ୍ଟର : ଦୁଇ ସେନା ଅଧିକାରୀଙ୍କ ସହ ୫ ଯବାନ ସହିଦ୍, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର କୁପୱାଡା ଜିଲାର ହନ୍ଦୱାରାରେ ଶନିବାର ରାତିରୁ ଜାରି ରହିଥିବା ଏନକାଊଣ୍ଟରରେ ଦୁଇ ଜଣ ସେନାଅଧିକାରୀଙ୍କ ସହ ୫ ଜଣ ଯବାନ ସହିତ ହୋଇଛନ୍ତି । ଏଥି ସହିତ ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥି ସହିତ ହନ୍ଦୱାରାରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ କରିବା ପାଇଁ ସର୍ଚ ଅପରେସନ କରାଯାଉଥିଲା । ଆତଙ୍କବାଦୀ ଏବଂ ଭାରତୀୟ ସେନାବାହିନୀ ମଧ୍ୟରେ ହୋଇଥିବା ଏହି ଗୁଳିବିନିମୟରେ ଜଣେ କର୍ଣ୍ଣେଲ୍, ଜଣେ ମେଜର୍ ଏବଂ ସେନାବାହିନୀର ଦୁଇ ଜଣ ଯବାନ ଓ ଜଣେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍ ସହିଦ ହୋଇଛନ୍ତି। ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ଜଣାପଡିଛି।

ଏହି ଏନକାଉଣ୍ଟରରେ ସହିଦ ହୋଇଥିବା ୫ ଜଣ ଯବାନଙ୍କ ମଧ୍ୟରେ କର୍ଣ୍ଣେଲ୍ ଆଶୁତୋଷ ଶର୍ମା, ମେଜର ଅଞ୍ଜୁ, ଜଣେ ଲାନ୍‌ସ୍ ନାଏକ, ଜଣେ ରାଇଫଲ୍‌ମ୍ୟାନ୍ ଏବଂ ପୁଲିସ ସବ୍‌-ଇନ୍ସପେକ୍ଟର୍ ଶକୀଲ୍ କାଜି ରହିଛନ୍ତି । ସମସ୍ତ ସହିଦଙ୍କ ମୃତଦେହକୁ ଘଟଣା ସ୍ଥଳକୁ ଉଦ୍ଧାର କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନାଅନୁସାରେ ଆତଙ୍କବାଦୀମାନେ ନାଗରିକଙ୍କୁ ବନ୍ଦୀ କରି ରଖିଥିବା ସୂଚନା ପାଇବା ପରେ ସେନା ଓ ଜମ୍ମୁ-କାଶ୍କୀର ପୁଲିସ ମଧ୍ୟରେ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା।

Comments are closed.