ଜମ୍ମୁ-ଶ୍ରୀନଗର ଝାଜର୍‍ କୋଟ୍‍ଲୀ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ

0

ଶ୍ରୀନଗର : ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସନ୍ନିକଟ ଝାଜର୍‍ କୋଟ୍‍ଲୀ ଅଞ୍ଚଳରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଚଳପ୍ରଚଳ ହେଉଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳକୁ ଘେରାଓ କରାଯାଇ ବ୍ୟାପକ ତଲାସୀ ଅଭିଯ।।ନକୁ ବ୍ୟାପକ କରାଯାଇଛି। ବୁଧବାର ସକାଳ ୮ଟାବେଳେ ସେହି ଆତଙ୍କବାଦୀମାନେ ଏକ ଟ୍ରକ୍‍ ଭିତରେ ସେହି ରାସ୍ତାରେ ଯାଉଥିବା ସନ୍ଦେହ କରାଯିବା ପରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଟ୍ରକ୍‍ର ଡ୍ରାଇଭର୍‍ ଓ କ୍ଲିନର୍‍ଙ୍କୁ ଥାନାକୁ ନିଆଯାଇ ଜେରା କରାଯାଉଛି। ଟ୍ରକ୍‍ ଭିତରୁ ଦୁଇ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଖସି ପଳାଇଯାଇଛନ୍ତି। ସେମାନଙ୍କୁ ଧରିବାପାଇଁ ପୁଲିସ୍‍ ଜୋର୍‍ସୋର୍‍ ଅଭିଯାନ ଚଳାଇଛି। କଟ୍ରା ନିକଟସ୍ଥ ସୁକେତାର୍‍ ଗାଁକୁ ଘେରାଓ କରାଯାଇ ପୁଲିସ୍‍, ସେନାବାହିନୀ ଓ ସିଆରପିଏଫ ଯବାନମାନେ ତଲାସୀ ଅଭିଯାନ ଚଳାଇଛନ୍ତି। ଏହାପରେ ବୈଷ୍ଣୋଦେବୀ ପୀଠରେ ସତର୍କତା ଜାରି କରାଯାଇଛି। ଆଖପାଖ ସ୍କୁଲ୍‍ଗୁଡ଼ିକୁ ବନ୍ଦ୍‍ କରିଦିଆଯାଇଛି।

Leave A Reply