ଜାମିଆରେ ପୁଲିସ ଉପସ୍ଥିତିରେ ଗୁଳିମାଡ; ଜଣେ ଛାତ୍ର ଆହତ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ସିଏଏ ଏବଂ ଏନଆରସି ବିରୋଧରେ ଦିଲ୍ଲୀର ଜାମିଆ ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ରମାନଙ୍କ ଦ୍ବାରା ହୋଇଥିବା ଶୋଭାଯାତ୍ରାରେ ପୁଲିସ ଉପସ୍ଥିତିରେ ଗୁଳିମାଡ ହୋଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଗୁଳି ଚଳାଇଥିବା ଯୁବକକୁ ପୁଲିସ ଗିରଫ କରିଛି। ଉକ୍ତ ଯୁବକର ନାମ ଗୋପାଳ ବୋଲି ଜଣାପଡିଛି। ପୁଲିସ ଗୋପାଳକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୁକ୍ତ ଗୋପାଳ ନିଜକୁ ରାମ ଭକ୍ତ ବୋଲି କହିଛି। ଆହତ ଛାତ୍ର ଜଣଙ୍କ ଜାମିଆ ବିଶ୍ବବିଦ୍ୟାଳୟର ଗଣଯୋଗାଯୋଗ (mass communication) ବିଭାଗର ଛାତ୍ର ବୋଲି ଜଣାପଡିଛି।

aaj tak

Comments are closed.