ଯାହା କରିଛି ଠିକ କରିଛି, ଯଦି ପାରୁଛ ଏନକାଉଣ୍ଟର କର

- ଜାମିଆ ଗୁଳିକାଣ୍ଡ ଘଟଣା - ୧୪ଦିନ ପୁଲିସ ହେପାଜତରେ ନାବାଳକ ଅଭିଯୁକ୍ତ

ନୂଆଦିଲ୍ଲୀ: ଜାମିଆ ନଗରରେ ଗତକାଲି ଘଟିଥିବା ଗୁଳିକାଣ୍ଡ ଘଟଣାରେ ଗିରଫ ନାବାଳକକୁ ଆଜି ୧୪ଦିନିଆ ପୁଲିସ ହେପାଜତକୁ ପାଠ ଯାଇଛି। ଦଶମ ଶ୍ରେଣୀ ମାର୍କ ସିଟ ଏବଂ ଆଧାର କାର୍ଡରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ ପୁଲିସ ତାକୁ ନାବାଳକ ବୋଲି କହିଛି। ତେବେ ସେ ପୁଲିସକୁ ଆଦୌ ସହଯୋଗ କରୁନଥିବା ଜଣାପଡିଛି। ସେ କହିଛି,”ମୁଁ ଯାହା କରିଛି ଠିକ କରିଛି, ସେଥିପାଇଁ ମୁଁ ଆଦୌ ଦୁଃଖ କରୁନି, ଯଦି ପାରୁଛ ମୋତେ ଏନକାଉଣ୍ଟର କରିଦିଅ”। ଅନ୍ୟ ପକ୍ଷରେ ପୁଲିସ ଅଭିଯୁକ୍ତର ସଠିକ ବୟସ ନିର୍ଦ୍ଧାରଣ ପାଇଁ ହାଡ ପରୀକ୍ଷା କରିବ ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡର ଅନୁମତି ଲୋଡିଛି। ଅନୁମତି ମିଳିଲେ ଦିଲ୍ଲୀର ଆର.ଏମ.ଏଲ. ହସ୍ପିଟାଲରେ ବୋନ ୭ କରାଯିବ।

ଇତି ମଧ୍ୟରେ ପୁଲିସ ଗତକାଲିର ଗୁଳିକାଣ୍ଡ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ କେମିତି ପିସ୍ତଲ ହାସଲ କଲା ତାହା ଏବେ ପୁଲିସର ଚିନ୍ତା ବଢ଼ାଇ ଦେଇଛି। ଅଭିଯୁକ୍ତ କହିଛି ଯେ ସେ ଘଟଣା ଘଟିବାର ଦିନକ ପୂର୍ବରୁ ନିଜ ଗାଁରୁ ୧୦ ହଜାର ତାଙ୍କ ବଦଳରେ ସେହି ଦେଶୀ ପିସ୍ତଲ ଆଣିଥିଲା। ଏବେ ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରିବ।

Comments
Loading...