ଭୂମିହୀନ ପରିବାରଙ୍କୁ ଜମି ପଟ୍ଟା ବଣ୍ଟିଲେ ମନ୍ତ୍ରୀ ଟୁକୁନୀ ସାହୁ

ଟିଟିଲାଗଡ: ଟିଟିଲାଗଡ ପୌର ପରିଷଦ ପକ୍ଷରୁ ଭୂମିହୀନ ପରିବାରଙ୍କୁ ଜମି ଅଧିକାର ପ୍ରଦାନ କରାଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘର ଘର ବୁଲି ଏହି ପଟ୍ଟା ବଣ୍ଟନ କରିଛନ୍ତି। ପରେ ସ୍ଥାନୀୟ ରାଜ କନବର ପାର୍କ ଠାରେ ଆୟୋଜିତ ଏକ ସମାରୋହରେ ମନ୍ତ୍ରୀ ଶ୍ରୀମତୀ ସାହୁ ୧୦୨ ଭୂମୀହୀନ ପରିବାରଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହର ବସ୍ତି ବାସିନ୍ଦାଙ୍କ ପାଇଁ ଜମି ପଟ୍ଟା ବଣ୍ଟନ ଯୋଜନା ଆରମ୍ଭ କରାଯାଇଛି। ଖୁବ ଶୀଘ୍ର ଟିଟିଲାଗଡ ସହରର ୨୬୯୪ ପରିବାରଙ୍କୁ ପଟ୍ଟା ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ପୁର୍ବରୁ ୮୯ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ପୌର ପ୍ରଶାସକ ତଥା ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ବାଇଁ ସଭାରେ ସୂଚନା ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ପୌର ନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.