ଟେଷ୍ଟ କ୍ରିକେଟରୁ ପ୍ୟାଟିନ୍‌ସନଙ୍କ ଅବସର ଘୋଷଣା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ପ୍ୟାଟିନ୍‌ସନ ମାତ୍ର ୩୧ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାରମ୍ବାର ଆହତ ସମସ୍ୟା ପାଇଁ ପ୍ୟାଟିନସନ ଅବସର ନେବାକୁ ବାଧ୍ୟ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଆସେସ ସିରିଜ୍‌ ପୂର୍ବରୁ ଫିଟ୍‌ନେସ ସମସ୍ୟା ପାଇଁ ପ୍ୟାଟିନସନ ଅବସର ନେଇଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବାରମ୍ବାର ଆହତ ସମସ୍ୟା ଦେଇ ଗତି କରୁଥିବା ପ୍ୟାଟିନ୍‌ସନ ଡିସେମ୍ବର ୮ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଆସେସ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇବାର ସମ୍ଭାବନା ନଥିବାରୁ ଅବସର ଘୋଷଣା କରିଥିବା ଜଣାପଡ଼ିଛି।

୨୦୧୧ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା ପ୍ୟାଟିନ୍‌ସନ ୧୦ ବର୍ଷ ମଧ୍ୟରେ ମାତ୍ର ୨୧ଟି ଟେଷ୍ଟ ମ୍ୟାଚ ଖେଳି ୮୧ଟି ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ୨୦୧୯ ଆସେସ ସିରିଜ୍‌କୁ ୨-୨ରେ ବରାବର ରଖିବା ସହିତ ଟାଇଟଲ ଫେରି ପାଇଥିଲା।

Comments are closed.