ବୁମ୍‍ରା ବିଶ୍ୱର ସର୍ବଶ୍ରେଷ୍ଠ ଟି୨୦ ବୋଲର: ପ୍ୟାଟିନ୍‍ସନ

ଆବୁଧାବି : ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ ବୁମ୍‍ରା ବିଶ୍ୱର ସର୍ବଶ୍ରେଷ୍ଠ ଟ୍ୱେଣ୍ଟି୨୦ ବୋଲର ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଫାଷ୍ଟବୋଲର ଜେମ୍‍ସ ପ୍ୟାଟିନ୍‍ସନ। ଶ୍ରୀଲଙ୍କାର ଭେଟେରାନ୍‍ ଫାଷ୍ଟବୋଲର ଲାସିଥ୍‍ ମାଲିଙ୍ଗାଙ୍କ ବଦଳ ଖେଳାଳି ଭାବେ କେବଳ ଚଳିତ ଆଇପିଏଲ୍‍ ସିଜିନ୍‍ ଲାଗି ପ୍ୟାଟିନ୍‍ସନଙ୍କୁ ଦଳରେ ସାମିଲ କରିଛି ମୁମ୍ବଇ ଇଣ୍ଡିଆନ୍‍ସ। ୧୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‍ରେ ବୁମ୍‍ରାଙ୍କ ସହ ନୂଆ ବଲ୍‍ ବୋଲିଂ କରିବାର ସୁଯୋଗକୁ ସେ ଅପେକ୍ଷା କରିଛନ୍ତି ବୋଲି ପ୍ୟାଟିନ୍‍ସନ କହିଛନ୍ତି। ତାଙ୍କ ଭାଷାରେ, ବ୍ୟକ୍ତିଗତ ଭାବେ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ସହ ମିଶି ଖେଳିବା ଏକ ଚମତ୍କାର ଅନୁଭୂତି। ବୁମ୍‍ରା ବୋଧହୁଏ ବିଶ୍ୱର ସର୍ବଶ୍ରେଷ୍ଠ ଟ୍ୱେଣ୍ଟି୨୦ ବୋଲର। ଆମ ଦଳରେ ଟ୍ରେଣ୍ଟ ବୋଲ୍‍ଟ ମଧ୍ୟ ଅଛନ୍ତି।

Comments are closed.