ବିଶ୍ବର ପ୍ରଥମ ଫାଷ୍ଟ ବୋଲର ଭାବେ ଆଣ୍ଡରସନଙ୍କୁ ୬୦୦ ଟେଷ୍ଟ  ୱିକେଟ

ସାଉଥାମ୍ପଟନ : ବିଶ୍ବର ପ୍ରଥମ ଫାଷ୍ଟ ବୋଲର ଭାବେ ଟେଷ୍ଟ କ୍ରିକେଟରେ  ୬୦୦ ୱିକେଟ ହାସଲ କରିଛନ୍ତି ଇଂଲଣ୍ଡର  ଜେମ୍ସ ଆଣ୍ଡରସନ। ଏଠାରେ ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ  ମଙ୍ଗଳବାର ପାକିସ୍ତାନ ଅଧିନାୟକ  ଆଝାର ଅଲ୍ଲୀଙ୍କୁ ଆଉଟ୍‌ କରି  ଆଣ୍ଡରସନ୍‌ ୬୦୦ ଟେଷ୍ଟ ୱିକେଟ ପୂରଣ କରିଛନ୍ତି।   ଚତୁର୍ଥ ଦିନ ଖେଳ ଶେଷରେ ଆଣ୍ଡରସନ ୫୯୯ଟି ୱିକେଟ ନେଇଥିଲେ। ପୂର୍ବରୁ ୩ଜଣ ବୋଲର ଶ୍ରୀଲଙ୍କାର ମୁରଲୀଧରନ୍‌(୮୦୦),  ଅଷ୍ଟ୍ରେଲିଆର ସେନ୍ ୱାର୍ଣ୍ଣ (୭୦୮) ଓ ଭାରତର ଅନୀଲ କୁମ୍ବଲେ (୬୧୯) ୱିକେଟ ୬୦୦ରୁ ଅଧିକ ଟେଷ୍ଟ ୱିକେଟ ନେଇଥିଲେ ହେଁ ୩ ଜଣ ଯାକ ହେଉଛନ୍ତି   ସ୍ପିନର।  ୬୦୦ ୱିକେଟ ଅକ୍ତିଆର  କରି ଆଣ୍ଡରସନ  ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି।

ଆଣ୍ଡରସନଙ୍କ ପଛକୁ  ପେସ୍‌ ବୋଲର ଭାବେ  ଟେଷ୍ଟ ୱିକେଟ ସଂଖ୍ୟା​‌​‌ରେ ଦ୍ବିତୀୟ ସ୍ଥାନରେ ଥିବା ଫାଷ୍ଟ ବୋଲର ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍‌ଗ୍ରାଥ (୫୬୩)ଟି ଟେଷ୍ଟ  ୱିକେଟ ନେଇଛନ୍ତି।  ଆଣ୍ଡରସନ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ। ଚଳିତ ଟେଷ୍ଟ ମ୍ୟାଚ ପୂର୍ବରୁ ଆଣ୍ଡରସନ ୫୯୩ଟି ଟେଷ୍ଟ ୱିକେଟ ନେଇଥିଲେ। ଚଳିତ ଟେଷ୍ଟର ପ୍ରଥମ  ଇନିଂସରେ ସେ ୫ଟି ୱିକେଟ ନେଇ  ୬୦୦  ୱିକେଟର ନିକଟତର ହୋଇଥିଲେ। ୩୮ ବର୍ଷ ବୟସ୍କ ଆଣ୍ଡରସନ ଅଦ୍ୟାବଧି ୧୫୬ଟି ଟେଷ୍ଟ ମ୍ୟାଚ ଖେଳି ୬୦୦ ୱିକେଟ ନେଇଛନ୍ତି।

Comments are closed.