ଭେଷଜ ବିଜ୍ଞାନ ପାଇଁ ୨ ଜଣଙ୍କୁ ନୋବେଲ ପୁରସ୍କାର

0

ଷ୍ଟକହୋମ : ଚଳିତ ବର୍ଷ ଭେଷଜ ବିଜ୍ଞାନ (ମେଡିସିନ)ରେ ନୋବେଲ ପୁରସ୍କାର ପାଇଁ ଆମେରିକାର ଜେମ୍ସ ପି ଏଲିସନ ଏବଂ ଜାପାନର ତାସୁକୁ ହୋଂଜୋଙ୍କୁ ମନୋନୀତ କରାଯାଇଛି। ସ୍ୱିଡେନ୍‍ସ୍ଥିତ ନୋବେଲ କମିଟିର ଘୋଷଣା ଅନୁଯାୟୀ ଜେମ୍ସ ପି ଏଲିସନ୍‍ ଏବଂ ତାସୁକୁ ହୋଂଜୋଙ୍କୁ କ୍ୟାନସର ଥେରାପି ଆବିଷ୍କାର ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। କ୍ୟାନସର ଭଳି ଦୁରାରୋଗର ଚିକିତ୍ସା ପାଇଁ ଦୁଇ ଭେଷଜ ବୈଜ୍ଞାନିକ ମିଳିତ ଭାବେ ଏକ ଥିରାପି ବିକଶିତ କରିଥିଲେ। ଏହି ଥିରାପି ଦ୍ୱାରା କ୍ୟାନସର ଟ୍ୟୁମ୍‍ର ସହ ଲଢିବା ପାଇଁ ଶରୀରର କୋଷିକାରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଘଟିଥାଏ ଓ ଦୃଢ ହୋଇଥାଏ। ଏହା କ୍ୟାନସର ରୋଗୀଙ୍କ ପାଇଁ ଅତି ଉପଯୋଗୀ ହୋଇପାରିଛି। ଆଗକୁ ଏହା କ୍ୟାନସର ଭଳି ରୋଗର ସହଜ ଓ ସରଳ ଚିକିତ୍ସା ପାଇଁ ଅତି ଲାଭଦାୟକ ହେବ ବୋଲି ଆଶା କରାଯାଉଛି।
ତେବେ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ୭୦ ବର୍ଷ ମଧ୍ୟରେ ପ୍ରଥମ ଥର ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ନାହିଁ।

Leave A Reply