ଖସୋଗୀଙ୍କ ହତ୍ୟା ପଛରେ ସାଉଦୀ ରାଜା!

0

ୱାଶିଂଟନ: ବହୁ ଚର୍ଚ୍ଚତ ସାଉଦୀ ସାମ୍ବାଦିକ ଜମାଲ୍‍ ଖସୋଗୀଙ୍କ ହତ୍ୟା ପଛରେ ସାଉଦୀ ଆରବର ରାଜା ପ୍ରିନ୍ସ ମହମ୍ମଦ ବିନ୍‍ ସଲ୍‍ମାନଙ୍କ ହାତ ରହିଛି। ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏହି ସୂଚନା ଦେଇଥିବା ଆମେରିକାର ଏକ ଖବରକାଗଜରେ ପ୍ରକାଶ ପାଇଛି। ୱାଶିଂଟନ ପୋଷ୍ଟର ସୂଚନା ଅନଯୁାୟୀ ସାଉଦୀ ଆରବର ୧୫ ଜଣ ସରକାରୀ ଏଜେଣ୍ଟ ସରକାରୀ ବିମାନରେ ଇସ୍ତାନାବୁଲ୍‍ ଯାଇଥିଲେ ଏବଂ ସେଠାରେ ସେମାନେ ଖସୋଗୀଙ୍କୁ ହତ୍ୟା କରିଥିଲେ। ସାଉଦୀ ରାଜାଙ୍କ ଭାଇ ଓ ଆମେରିକାରେ ଅବସ୍ଥାପିତ ସାଉଦୀ ରାଷ୍ଟ୍ରଦୂତଙ୍କ ଫୋନ୍‍ ବାର୍ତ୍ତାଳାପରୁ ମଧ୍ୟ ଖସୋଗୀଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଥିବା କୁହାଯାଉଛି। ଅପରପକ୍ଷରେ ଏହି ରିପୋର୍ଟକୁ ସାଉଦୀ ଆରବ ପକ୍ଷରୁ ଖଣ୍ଡନ କରାଯାଇଛି।

Leave A Reply