ମହାମେଣ୍ଟକୁ ଭୋଟ ଦେବା ପାଇଁ ମୁସଲମାନଙ୍କୁ ଜମାତ-ଏ-ଇସ୍ଲାମର ନିବେଦନ

ନୂଆଦିଲ୍ଲୀ : ମୁସଲମାନଙ୍କ ଧାର୍ମିକ ସଂଗଠନ ଜମାତ-ଇ-ଇସ୍ଲାମି ହିନ୍ଦ ବୁଧବାର ମହାମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମୁସଲମାନଙ୍କୁ ନିବଦେନ କରିଛି। ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କ ପରେ ଧର୍ମ ନାମରେ ଭୋଟ ଦେବା ପାଇଁ ଜମାତ-ଇ-ଇସ୍ଲାମି ହିନ୍ଦ ମୁସଲମାନଙ୍କୁ କହିଛି। ଜମାତ-ଇ-ଇସ୍ଲାମି ହିନ୍ଦ ଏକ ଚିଠି ଲେଖି ଧର୍ମ ପାଇଁ ମହାମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମୁସଲମାନଙ୍କ ନିକଟରେ ନିବେଦନ କରିଛି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ମେରଠଠାରେ ଆୟୋଜିତ ଏକ ନିର୍ବାଚନୀ ର‍୍ୟାଲିରେ କହିଛନ୍ତି ଯେ କଂଗ୍ରେସ-ଏସ୍‍ପି-ବିଏସ୍‍ପି ମହାମେଣ୍ଟ ଅଲ୍ଲୀଙ୍କ ଉପରେ ବିଶ୍ୱାସ ରଖିଛି ଓ ଆମେ ବଜରଙ୍ଗବାଲୀଙ୍କ ଉପରେ ବିଶ୍ୱାସ ରଖିଛୁ।
ଜାତି ଏବଂ ଧର୍ମ ଆଧାରରେ ଭୋଟ ନମାଗିବାକୁ ନିର୍ଦେଶ ଥିଲେ ବି ବହୁ ଦଳ ନିଜ ରାଜନୈତିକ ଅଭିଳାଶା ମେଣ୍ଟାଇବା ପାଇଁ ଏହାକୁ ଅସ୍ତ କରିଛନ୍ତି। ଫଲରେ ଆଗକୁ ଏହା ଅତି ଗୁରୁତର ହେବ ବୋଲି ଆଶଙ୍କା କରାଯାଉଛି। ପ୍ରକାଶ ଯେ ଏହା ପୂର୍ବରୁ ଉତ୍ତରପ୍ରଦେଶର ଦେଓବନ୍ଦଠାରେ ଗତ ରିବାର ଆୟୋଜିତ ଏକ ର‍୍ୟାଲିରେ ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ମୁସଲମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଭାବନାରେ ଭାସି କଂଗ୍ରେସକୁ ଭୋଟ ନଦେଇ ଏସ୍‍ପି-ବିଏସ୍‍ପି ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ। କଂଗ୍ରେସ ନୁହେଁ କେବଳ ମହାମେଣ୍ଟ ବିଜେପିକୁ ହରାଇ ପାରିବ। ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ରବିବାର ସ୍ଥାନୀୟ ପ୍ରଶାସନଠାରୁ ରିପୋର୍ଟ ତଲବ କରିଛନ୍ତି। ଏବେ ମୁସଲମାନଙ୍କ ଧାର୍ମିକ ସଂଗଠନ ଜମାତ-ଇ-ଇସ୍ଲାମି ହିନ୍ଦ ଧର୍ମ ନାମରେ ଭୋଟ ମାଗିବା ଘଟଣା ନିର୍ବାଚନ ଆୟୋଗଙ୍କ ପାଇଁ ଆହ୍ୱାନର ବିଷୟ ହୋଇଛି।

Comments are closed.