ଜାଲିକାଟୁ ଆରମ୍ଭ; ପ୍ରଥମ ଦିନରେ ୫୦ ଆହତ

0

ମଦୁରାଇ : ପୋଙ୍ଗଲ ଉପଲକ୍ଷେ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିବାଦୀୟ ଉତ୍ସବ ଜାଲିକାଟୁ। ବୁଧବାର ଆରମ୍ଭ ହୋଇଥିବା ଏହି ପାରମ୍ପରିକ ଉତ୍ସବର ପ୍ରଥମ ଦିନରେ ମଦୁରାଇ ଓ ଅନ୍ୟାନ୍ୟ ଅଞ୍ଚଳରେ ଅନ୍ୟୁନ ୫୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଦୁରାଇରେ ସର୍ବାଧିକ ଲୋକପ୍ରିୟ ଏହି ଉତ୍ସବରେ ୫୦୦ରୁ ଅଧିକ ଷଣ୍ଢ ଓ ସମାନ ସଂଖ୍ୟକ ମଣିଷ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲାବେଳେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷରେ ପ୍ରାଣୀ ସଂରକ୍ଷଣ ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ବିପଜ୍ଜନକ ଉତ୍ସବର ପ୍ରତିବାଦ କରାଯାଇଛି। ଏହି ଉତ୍ସବ ହଂିସ୍ରତାର ପ୍ରତୀକ ହୋଇଥିବାରୁ ପ୍ରତିବାଦ ତୀବ୍ର ହୋଇଛି। ଚେନ୍ନଇଠାରେ ଏହି ଉତ୍ସବ ବନ୍ଦ ପାଇଁ ଅଦ୍ୟାଦେଶ ଜାରି କରିବା ଦାବିରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Leave A Reply