ଆସନ୍ତାକାଲି ଜାଲିଆନାୱାଲାବାଗ ଗଣହତ୍ୟାର ଶତବାର୍ଷିକୀ

ନୂଆଦିଲ୍ଲୀ : ଜାଲିଆନାୱାଲାବାଗ ଗଣହତ୍ୟାର ଶତବାର୍ଷିକୀ ଆସନ୍ତାକାଲି(ଶନିବାର) ପାଳିତ ହେବ । ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଜାଲିଆଁୱାଲାବାଗ ଗଣହତ୍ୟା କରାଯାଇଥିଲା। ଅମୃତସର ଗଣହତ୍ୟା ନାମରେ ପରିଚିତ ଏହି ଗଣହତ୍ୟା ଆଧୁନିକ ଭାରତର ଇତିହାସରେ ବଡ ନିର୍ମମ ହତ୍ୟାକାଣ୍ଡ ଭାବେ ଲିପିବଦ୍ଧ ହୋଇ ରହିଛି। ବ୍ରିଟିଶ ସରକାରଙ୍କ ଜେନେରାଲ ଡାୟାର ଅହିଂସା ପ୍ରତିବାଦକାରୀ ଓ ବୈଶାଖୀ ପାଳନ କରୁଥିବା ଲୋକଙ୍କ
ଉପରେ ଆଖିବୁଜା ଗୁଳି ଚଳାଇଥିଲେ।

ଉପରାଷ୍ଟ୍ରପତି ଏ.ଭେଙ୍କିୟାନାଇଡୁ ଆସନ୍ତାକାଲି ଏହି ଶତବାର୍ଷିକୀ ସମାରୋହରେ ଯୋଗଦେଇ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.