ଜାକିର ନାଇକଙ୍କ ପିସ୍ ଟିଭି ଲାଇସେନ୍ସ ବ୍ରିଟେନରେ ରଦ୍ଦ; ୩ ଲକ୍ଷ ପାଉଣ୍ଡ ଜୋରିମାନା

ଲଣ୍ଡନ: ତଥାକଥିତ ଇସଲାମ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ପିସ୍ ଟିଭିର ଲାଇସେନ୍ସକୁ ରଦ୍ଦ କରିଛନ୍ତି ବ୍ରିଟେନ୍ ସରକାର । ଏହାର ଉଭୟ ଦୁଇ ସଂସ୍କରଣ ପିସ୍ ଟିଭି ଓ ପିସ୍ ଟିଭି-ଉର୍ଦୁର ଲାଇସେନ୍ସ ରଦ୍ଦ କରାଯିବା ସହ ୩ ଲକ୍ଷ ପାଉଣ୍ଡ (୨.୭୫ କୋଟି ଟଙ୍କା) ଜୋରିମାନା ଦାଖଲ ନିମନ୍ତେ ନିର୍ଦେଶ ଦିଆଯାଇଛି ।

ବ୍ରିଟେନର ମିଡ଼ିଆ ନିୟନ୍ତ୍ରକ ସଂସ୍ଥା ଓଏଫସିଓଏମ୍ (ଅଫକମ୍) ଏପରି ନିର୍ଦେଶ ଦେଇଛି । ଏହି ଟିଭିରେ ଜାକିରଙ୍କ କେତେକ ଉଦବୋଧନ ‘ଅତ୍ୟନ୍ତ ଅପମାନଜନକ’ ଓ ‘ବିଦ୍ଵେଷ ସୃଷ୍ଟିକାରୀ’ ବୋଲି ଉଲ୍ଲେଖ କରିଛି ଅଫକମ୍ ।

imposed

ଅଫକମ୍ ଦୁଇଟି ପର୍ଯ୍ୟାୟରେ ଏହି ଜୋରିମାନା ଧାର୍ଯ୍ୟ କରିଛି । ପିସ୍ ଟିଭି ଉର୍ଦ୍ଦୁର ତତ୍ବାବଧାରକ କ୍ଲବ୍ ଟିଭି ଉପରେ ୨ ଲକ୍ଷ ପାଉଣ୍ଡ ଓ ପିସ୍ ଟିଭିର ତତ୍ବାବଧାରକ କମ୍ପାନୀ ଲର୍ଡ଼ କମ୍ୟୁନିକେସନ ଉପରେ ୧ ଲକ୍ଷ ପାଉଣ୍ଡ ଜୋରିମାନା ଧାର୍ଯ୍ୟ କରାଯାଇଛି । ଏହି ଦୁଇ କମ୍ପାନୀ ଜାକିର ନାଇକ ଅଧୀନରେ ରହିଛି ଏବଂ ସମ୍ପ୍ରତି ଜାକିର ଭାରତରୁ ପଳାୟନ କରିଛି ।

Comments are closed.