ଜଳିଗଲା ଧାନଗଦା : ୩୦ ହଜାରରୁ ଅଧିକ କ୍ଷତି

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମର ରବିନ୍ଦ୍ର ପ୍ରଧାନଙ୍କ ଜମିରେ ଥିବା ଧାନଗଦାରେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେବାରୁ ଧାନଗଦା ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ନିକଟବର୍ତ୍ତି କାହ୍ନପୁର ମୌଜାରେ ଥିବା ରବିନ୍ଦ୍ରଙ୍କ ୭୦ ଡିସିମିଲ ଜମିର ଧାନ କଟା ହୋଇ ସେହି ଜମିରେ ଗଦା ମରାଯାଇଥିଲା । ତେବେ ରବିବାର ଦିନ ମଧ୍ୟହ୍ଣରେ କେହି ଦୁର୍ବୁତ୍ତ ଏହି ଧାନଗଦାରେ ନିଆଁ ଲଗାଇ ଦେବାରୁ ଧାନଗଦାଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା ।

ଖବର ପାଇ ପିପିଲି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୩୦ହଜାରରୁ ଉର୍ଦ୍ଧ ମୂଲ୍ୟର କ୍ଷତି ହୋଇଥିବା ସୂଚନା ମିଳିଛି। ଏନେଇ ରବିନ୍ଦ୍ର ପୁଲିସରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Comments are closed.