ଓଡିଶାରୁ ହଟିଲା ପଶ୍ଚିମବଙ୍ଗର ଫଳକ

0

ବାଲେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱରରେ ପଶ୍ଚିମବଙ୍ଗ ସରକାର ଲଗାଇଥିବା ଫଳକକୁ ମଙ୍ଗଳବାର ଓଡିଶା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ନଜରରେ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ପଶ୍ଚିମବଙ୍ଗ ସରକାର ଓଡ଼ିଶା ସୀମାର ପ୍ରାୟ ୨୦ ଫୁଟ୍ ଭିତରକୁ ପଶି ଫଳକ ଲଗାଇଥିଲେ । ଯାହାକୁ ନେଇ ଭୋଗରାଇ ବ୍ଲକର ସାହାବାଜିପୁର ଓ ଉଦୟପୁର ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ସାତ ଦିନ ଭିତରେ ହୋର୍ଡିଂ ହଟାଇବାକୁ ପଶ୍ଚିମବଙ୍ଗକୁ ନିର୍ଦ୍ଦେଶ ଦିଆଯାଇଥିଲେ।

Leave A Reply