ପାରିବାରିକ କଳହ ପାଇଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

ଜଳେଶ୍ଵର: ବାଲେଶ୍ୱ ଜିଲ୍ଲା ଭୋଗରାଇ ଥାନା ଚକଫୁଲବଣି ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ପାଇଁ ପୋଖରୀକୁ ଡେଇଁ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦମ୍ପତି ହେଲେ କାହ୍ନୁଚରଣ ମଣ୍ଡଳ ଓ ତାଙ୍କ ପତ୍ନୀ।

ଖବର ଅନୁଯାୟୀ, ଭୋଗରାଇ ଥାନା ଚକଫୁଲବଣି ଗାଁର କାହ୍ନଚରଣ ଓ ତାଙ୍କ ପତ୍ନୀ ବାସ କରୁଥିଲେ। ପାରିବାରକ କଳହ ଲାଗି ଉଭୟ ଗାଁରେ ଥିବା ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଖରୀରେ ଉଭୟଙ୍କ ମୃତଦେହ ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡ଼ି ନ ଥିବା ବେଳେ ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି।

Comments are closed.