କୋର୍ଟରୁ ଜେଲ ଗଲାବେଳେ ପୁଲିସ ଭ୍ୟାନ୍‌ରୁ ଅପରାଧୀ ଚମ୍ପଟ

ଜଳେଶ୍ୱର: ଆଜି ଜଣେ ଅପରାଧୀକୁ ନେଇ ପୁଲିସ ଭ୍ୟାନ୍ ଜଳେଶ୍ୱର କୋର୍ଟରୁ ନେଇ ଜେଲକୁ ଗଲାବେଳେ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା। ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ଲକ ବଜାର ନିକଟରେ ରହୁଥିବା ପୂର୍ବତନ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ପ୍ରଫେସର ବିପିନବିହାରୀ ବିଶ୍ୱାଳଙ୍କ ଘରୁ ଅତୀତରେ ବାରମ୍ବାର ଚୋରି ହୋଇଥିଲା। ଦାମୀ ମୋବାଇଲ ଚୋରି ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ଏହି ମାମଲାରେ ପୁଲିସ ପଥରପୁରା ଗାଁର ସେକ ରମଜାନ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସ ଭଡାରେ ନେଇଥିବା ଜାଇଲୋ ଗାଡିରେ ଗଲାବେଳେ ଅପରାଧୀ ସେକ ରମଜାନ୍ ପରିଶ୍ରା କରିବାକୁ ଯିବି କହିବାରୁ ତାକୁ ଜାଇଲୋ ଗାଡିରୁ ଓହ୍ଲାଇ ଦିଆଯାଇଥିଲା। ତା’ ହାତରେ ହାଣ୍ଡ କପ୍ ଥିବା ବେଳେ ଦଉଡି ବନ୍ଧା ହୋଇଥିଲା। କିନ୍ତୁ ସେକ ରମଜାନ୍ ବିଲରେ କାଦୁଅ ପାଣି ବିଲରେ ଦୌଡ଼ି ଦୌଡ଼ି ପଳାଇ ଯାଇଥିଲା। ଘଟଣା ଜଣାଯିବା ପରେ ପୁଲିସ୍ ପଞ୍ଚୁଘଣ୍ଟା ଓ ଦେଉଳି ପଞ୍ଚୁଘଣ୍ଟାକୁ ଘେରି ଯାଇଥିଲେ। ଶେଷରେ ସୁରକ୍ଷା ନର୍ସିଂହୋମ ନିକଟରୁ ତାକୁ ପୁଣି ପୁଲିସ ଗିରଫ କରିଥିଲା।

Comments are closed.