ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ !

ଜଳେଶ୍ବର: ପରକୀୟା ପ୍ରୀତିର ଭୟଙ୍କର ପରିଣତି । ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ। ଏ ଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗ୍ରାମରେ। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବିଶ୍ବମ୍ବର ବେହେରା ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନାଯୋଗ୍ୟ ଯେ, ସ୍ବାମୀ ବିଶ୍ବମ୍ବର ବେହେରା ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଏକ ଯୁବକଙ୍କ ସହ ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲେ । ତେବେ ଏହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡା ମଧ୍ୟ ହେଉଥିଲା। ଫଳରେ ଏହାର ପ୍ରତିଶୋଧ ନେବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ । ଗତ ରାତିରେ ପ୍ରଶାନ୍ତ ଓ ସ୍ତ୍ରୀ ମେନକା ଗୋଟିଏ ଘରେ ଶୋଇଥିବାର ଜାଣି ବିଶ୍ଵମ୍ବର ସ୍ତ୍ରୀଙ୍କ ତଥାକଥିତ ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ମୃତକ ପ୍ରଶାନ୍ତର ଘର ମାଙ୍କିଡିଆ ଗ୍ରାମରେ ବୋଲି ଜଣାପଡ଼ିଛି। ହତ୍ୟା କରିବା ପରେ ଅଭିଯୁକ୍ତ ବିଶ୍ବମ୍ବର ବେହେରା ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ଜଳେଶ୍ଵର ଏସଡିପିଓ ଅଙ୍କିତା କୁମ୍ଭାର ସାଇଣ୍ଟିଫିକ୍ ଟିମସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.