ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ଵର : ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଲା ଜଳକା ନଦୀ। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ମଥାନୀଠାରେ ବିପଦ ସଂକେତ ୫.୫୦ ମିଟରରେ ଥିବାବେଳେ ବର୍ତ୍ତମାନ ଏହା ୬.୪୨ ମିଟରରେ ପ୍ରବାହିତ ହେଉଥିବା ଜଣାପଡିଛି। ଫଳରେ ନଦୀ କୂଳିଆ ଅଂଳରେ ଚାଷଜମି ଗୁଡ଼ିକରେ ପାଣି ପଶିବାର ଆଶଙ୍କା ରହିଛି। ସଦର ବ୍ଲକର ଶ୍ରୀରାମପୁର, ରସଲପୁର ଅଞ୍ଚଳରେ ଥିବା ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି। ବର୍ଷା ଲାଗି ରହିଥିବା ଯୋଗୁଁ ତଳିଆ ଅଞ୍ଚଳବାସୀ ନଦୀ ବଢି ଭୟରେ ରହିଛନ୍ତି। କଟିପୋଲ, ସାନଖୁଡ଼ି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

Comments are closed.