ଜାଲ ନୋଟ କାରବାରରେ ମହିଳା ଗିରଫ

0

ଯାଜପୁର: ଯାଜପୁରରେ ଜାଲ ନୋଟ କାରବାର ଚାଲିଛି । ଏହି ଜାଲନୋଟ କାରବାରରେ ମହିଳାଙ୍କ ସଂପୃକ୍ତି ଥିବା ଜଣାପଡିଛି । ଗତକାଲି ଜଣେ ମହିଳାଙ୍କ ଠାରୁ ୧୪ ହଜାର ଟଙ୍କା ନକଲି ନୋଟ ଜବତ ହେବା ପରେ ପୁଲିସର ଚିନ୍ତା ବଢ଼ିଯାଇଛି । ପୁଲିସ ଶୁକ୍ରବାର ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମହିଳା ହେଲେ ବିଂଝାରପୁର ଥାନା ବରପଦା ଗାଁର ଲୁସି ପରିଡା ।

ଗୁରୁବାର ଦିନ ଉକ୍ତ ଅଠର ନଳା ନିକଟରେ ଥିବା ଏକ ଦୋକାନରୁ ଜିନିଷ କିଣି ୨ ହଜାର ଟଙ୍କିଆ ନୋଟ ଦେଇଥିଲେ । ପୂର୍ବରୁ ମଧ୍ୟ ସେ ନକଲି ୨ହଜାର ଟଙ୍କିଆ ନୋଟ ଦେଇ କିଛି ଜିନିଷ କିଣିଥିଲେ । କିନ୍ତୁ ପରେ ଏହି ନୋଟ ନକଲି ଥିବା ଦୋକାନି ଜଣକ ଜାଣିବାକୁ ପାଇଥିଲେ । ଗତକାଲି ମହିଳା ଜଣକ ନୋଟ ଦେବା ପରେ ଦୋକାନିଙ୍କର ସନ୍ଦେହ ହେବାରୁ ଏ ନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ପଚରାଉଚୁରା କରିବା ପରେ ତାଙ୍କ ନିକଟରୁ ଆହୁରି ୬ଟି ନକଲି ୨ ହଜାର ଟଙ୍କିଆ ନୋଟ ଜବତ କରିଥିଲା । ପରେ ମହିଳାଙ୍କୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ଏହି ନକଲି ନୋଟ କାରବାର ସଂପର୍କରେ ପୋଲିସ ହାତରେ କିଛି ସୁରାକ ଲାଗିଛି,ଏହି କାରବାରରେ ସଂପୃକ୍ତ ଥିବା ଜିଲା କିମ୍ବା ରାଜ୍ୟର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଯାଜପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply