ଉସୁରେ ଭାରତକୁ ୪ ବ୍ରୋଞ୍ଜ୍‍

0

ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ପ୍ରଥମଥର ପାଇଁ ଭାରତ ଉସୁରେ ୪ଟି ପଦକ ଜିତିପାରିଛି; ଯାହା ଏସୀୟ କ୍ରୀଡ଼ା ଇତିହାସରେ ସର୍ବାଧିକ। ବୁଧବାର ୪ ଭାରତୀୟ ଉସୁରେ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ମଙ୍ଗଳବାର ଏହି ୪ ଭାରତୀୟ ସେମିଫାଇନାଲରେ ପହଞ୍ଚିବା ସହ ବ୍ରୋଞ୍ଜ୍‍ପଦକ ଜିତିବା ନିଶ୍ଚିତ କରିଥିଲେ। ବୁଧବାର ୪ ଜଣଯାକ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମହିଳା ସାଣ୍ଡାରେ ଭାରତର ନାଓରେମ୍‍ ରୋସିବିନା ଦେବୀ ମହିଳା ୬୦ କେଜି ବିଭାଗରେ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ସେମିଫାଇନାଲରେ ରୋସିବିନାଙ୍କୁ ୧-୦ ପଏଣ୍ଟରେ ଚୀନ୍‍ର କାଏ ୟିଙ୍ଗ୍‍ୟିଙ୍ଗ୍‍ ପରାସ୍ତ କରିଛନ୍ତି। ପୁରୁଷ ୫୬ କେଜି ବିଭାଗରେ ଭାରତର ସନ୍ତୋଷ କୁମାରଙ୍କୁ ୨-୦ ପଏଣ୍ଟରେ ଭିଏତ୍‍ନାମର ଟ୍ରୌଙ୍ଗ୍‍ ଜିଆଙ୍ଗ୍‍ ବୁଇ ପରାସ୍ତ କରିବାରୁ ସନ୍ତୋଷ ବ୍ରୋଞ୍ଜ୍‍ପଦକରେ ସନ୍ତୁଷ୍ଟ ରହିଛନ୍ତି। ପୁରୁଷ ୬୦ କେଜି ବିଭାଗରେ ଭାରତର ସୂର୍ଯ୍ୟ ଭାନୁ ପ୍ରତାପ ସିଂହଙ୍କୁ ୨-୦ ପଏଣ୍ଟରେ ଇରାନ୍‍ର ଇର୍ଫାନ୍‍ ଆହାଙ୍ଗାରିଆନ୍‍ ପରାସ୍ତ କରିଛନ୍ତି। ୬୫ କେଜି ବିଭାଗ ଫାଇନାଲରେ ଭାରତର ନରେନ୍ଦର ଗ୍ରେୱାଲଙ୍କୁ ୨-୦ ପଏଣ୍ଟରେ ଇରାନ୍‍ର ଫୋରୌଦ ଜଫାରି ପରାସ୍ତ କରିଛନ୍ତି।

Leave A Reply