ଯାଜପୁର: ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

ଯାଜପୁର : ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ମଙ୍ଗଳବାର ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ, କାଶ୍ମୀରରେ ୩୭୦ଧାରା ଉଛେଦକୁ ଭାରତ ବର୍ଷର କୋଣ ଅନୁକଣରେ ଲୋକେ ସ୍ୱାଗତ କରିଛନ୍ତି ଏବଂ ୩୭୦ଧାରା ଉଛେଦ ଫଳରେ ଭାରତରେ ଦେଖାଦେଇଥିବା ଆତଙ୍କବାଦ ଦମନ ହେବାରେ ସହାୟକ ହୋଇଛି। କାଶ୍ମୀରରେ ଧିରେ ଧିରେ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି । ମୋଦୀଙ୍କ ଏହି ପଦକ୍ଷେପକୁ ଭାରତବର୍ଷରେ ବିପୁଳ ଜନସମର୍ଥନ ମିଳିଥିବାରୁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ବାର୍ତ୍ତାକୁ ଘରେ ଘରେ ପହଁଞ୍ଚାଇବା ଲାଗି ଉପସ୍ଥିତ ବୁଦ୍ଧିଜୀବୀ ଓ ବିଜେପି କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ବିଜେପି ନେତା ଅମିୟକାନ୍ତ ମଲିକ,ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳାର ରମେଶ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାର ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ କହିଥିଲେ । ଏଥିରେ ଜିଲାର ବହୁ ବୁଦ୍ଧିଜୀବୀ ଓ ବିଜେପି କର୍ମୀ ଯୋଗଦେଇଥିଲେ ।

Comments are closed.