ବଞ୍ଚିରହିଛି କଳିଯୁଗରେ କଷ୍ଣ ଓ ସୁଦାମାଙ୍କ ଭଳି ବନ୍ଧୁ : କିଡନୀ ନଥିବା ନୃସିଂହଙ୍କ ପାଇଁ ସମର୍ପିତ ଧନଞ୍ଜୟଙ୍କ ପ୍ରାଣ

ଯାଜପୁର: ଆମେ ଜାଣିଛେ ବିପଦ ବେଳର ବନ୍ଧୁ ଯିଏ ସେ ଆମ ପ୍ରକୃତ ବନ୍ଧୁ। ହେଲେ ଆଜିକା ସମୟରେ ସମସ୍ତେ ନିଜେନିଜର ସ୍ବାର୍ଥରେ ବ୍ୟସ୍ତ ରହୁଛେ ସ୍ବାର୍ଥପୁରଣ ହୋଇଗଲେ କିଛିଲୋକ ବନ୍ଧୁର ହତଛାଡିବାକୁ ମଧ୍ୟ ପଛାଉନାହାନ୍ତି। ହେଲେ କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ବ ବିଷୟରେ ଆମେ ସବୁ ସୁଣିଛେ ଆଜିକା ସମୟରେ ମଧ୍ୟ ଏମିତି ବନ୍ଧୁତ୍ବ ବଞ୍ଚି ରହିଥିବାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଲିଛି। ବାଲ୍ୟବେଳେ ଯେଉଁ ବନ୍ଧୁସହ ଖେଳୁଥିଲେ ଓ ପଢୁଥିବଲେ ବିପଦ ସମୟରେ ସେ ବନ୍ଧୁର ହତ ଛାଡ଼ିନାହାନ୍ତି ବରଂ ଆଜକୁ ଦୀର୍ଘ ୯ ବର୍ଷ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ସାଙ୍ଗପାଇଁ ନିଜ ଜୀବନକୁ ଉତ୍ସର୍ଗିକୃକ କରିଦେଇଛନ୍ତି ଅନ୍ୟଜଣେ ସାଙ୍ଗ ।

ସେ ଭଳି ନିଆରା ବନ୍ଧୁତ୍ବ ଦେଖିବାକୁ ମିଳିଛି ଯାଜପୁର ଜିଲା ବଡଚଣା ବ୍ଲକ ଛତିଆ ନିକଟ ଚମ୍ପାପୁର ଗାଁରେ। ନୃସିଂହ ଚରଣ ରାଉତ ଆଜକୁ ୯ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ। ନୃସିଂହଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ନିଜେ ବଞ୍ଚିବା ସହ ପରିବାର ଚଳାଇବା ତାଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପଡିଛି । ଏହି ସମୟରେ ବନ୍ଧୁର ହାତ ଛାଡି ନାହାନ୍ତି ବନ୍ଧୁ । ସ୍ଥାନୀୟ ସପନପୁର ଗ୍ରାମର ଧନଞ୍ଜୟ ସ୍ୱାଇଁ ହେଉଛନ୍ତି ନୃସିଂହଙ୍କ ବାଲ୍ୟ ବନ୍ଧୁ । ଉଭୟ ସାଙ୍ଗ ହୋଇ ପାଠ ପଢୁଥିଲେ ଓ ଖେଳୁଥିଲେ। ହେଲେ ଭାଗ୍ୟର ବିଡମ୍ବନା । ନୃସିଂହଙ୍କ ଠାରେ ଏହି ରୋଗ ଦେଖା ଦେଲା। ହେଲେ ଧନଞ୍ଜୟ କିନ୍ତୁ ବନ୍ଧୁର ହାତ ଛାଡିନାହିନ୍ତି ସହାୟତା କରିବା ସହ ତାଙ୍କର ସେବା କରି ଆସୁଛନ୍ତି । ସ୍କୁଲ ବେଳର ବନ୍ଧୁ ପାଇଁ ନିଜ ଜୀବନଜୀବିକାକୁ ବାଜି ଲଗାଇଛନ୍ତି ଧନଞ୍ଜୟ ।

ଏବେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଉଛନ୍ତି ଧନଞ୍ଜୟ । ସପ୍ତାହରେ ଦୁଇ ଥର ଡାଏଲାସିସ କରାଯାଉଛି । ଔଷଧ ସହ ଯାହା ସବୁ ଖର୍ଚ୍ଚ ହେଉଛି ତାକୁ ଧନଞ୍ଜୟ ବହନ କରୁଛନ୍ତି । କେବଳ ସେତିକି ନୁହେଁ ନୃସିଂହଙ୍କ ବୁଢୀ ମା, ପତ୍ନୀ ଓ କଲେଜ ପଢୁଆ ଝିଅର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । କିଡନୀ ପ୍ରତ୍ୟାରୋପଣ ପାଇଁ ସେ ଚେଷ୍ଟା କରୁଥିଲେ ମଧ୍ୟ ଉପଯୁକ୍ତ ଗ୍ରୁପର କିଡନୀ ମିଳି ପାରୁନଥିବାରୁ ପ୍ରତ୍ୟାରୋପଣ ହୋଇ ପାରୁନାହିଁ । ଏ କ୍ଷେତ୍ରରେ ତାଙ୍କୁ କୌଣସି ସରକାରୀ ସହାୟତା ନ ମିଳିବା ଦୁଃଖ ଓ ପରିତାପର ବିଷୟ। ନୃସିଂହଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଲୋକଙ୍କ ସମେତ ଧନଞ୍ଜୟ ଓ ସ୍ଥାନୀୟ ଗ୍ରାମବାସୀ ନିବେଦନ କରିଛନ୍ତି ।

Comments are closed.