ଯାଜପୁର ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଓ ପ୍ରମୁଖ ବଜାର ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ ଡାଉନ

ଯାଜପୁର : ଯାଜପୁର ଜିଲାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲା ପ୍ରଶାସନର ବଡ଼ ପଦକ୍ଷେପ। ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଆଖ ପାଖ ଅଞ୍ଚଳ ସହିତ ପ୍ରମୁଖ ବଜାର ଗୁଡିକ ଶନିବାର ରାତି ୮ ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସଟ ଡାଉନ ରହିବ ବୋଲି ଜିଲାପାଳ ଘୋଷଣା କରିଛନ୍ତି । ଏଥିସହିତ ଜିଲ୍ଲାର ପ୍ରମୁଖ ବଜାର,ବ୍ୟାସନଗର, ଚଣ୍ଡିଖୋଲ, ପାଣିକୋଇଲି ସହିତ କୋରେଇ ବ୍ଲକର ସାଦକପୁର,ବଡ଼ଚଣା ବ୍ଲକର ଚାରିନଙ୍ଗଳ, ଧର୍ମଶାଳା ବ୍ଲକ ର ନେଉଳପୁର ଅଞ୍ଚଳରେ ମଧ୍ୟ ସଟ ଡାଉନ କରିବାକୁ ନିର୍ଦେଶ ଦିଆଯାଇଛି । ଏହି ଅଞ୍ଚଳରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ ବୋଲି ସୂଚନା ମିଳିଛି । ଶୁକ୍ରବାର କାଲି ରାତିରୁ ବ୍ରହ୍ମବରଦା ଅଞ୍ଚଳକୁ ସଟ ଡାଉନ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ନଜରବନ୍ଦୀରେ ରଖାଯାଇଥିଲା । ସୂଚନା ଅନୁସାରେ ଦିଲ୍ଲୀ ନିଜାମୁଦିନ ଧାର୍ମିକ ସମିଳନୀକୁ ଓଡିଶାରୁ ଯାଇଥିବା ଯାଜପୁରର ୩ ଜଣଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ବୋଲି ସୂଚନା ମିଳିଥିଲା । ଆଜି ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ପରେ ଏହି ସଟ ଡାଉନ ନିଷ୍ପତ୍ତି ନିଆ ଯାଇଛି । ଏହି ସମୀକ୍ଷା ବୈଠକ ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

Comments are closed.