ଯାଜପୁର ରୋଡ୍ ଗ୍ରୀନ୍‌ ମାର୍କେଟ୍‌ରେ ଅଗ୍ନିକାଣ୍ଡ

ଯାଜପୁର: ଯାଜପୁର ରୋଡ୍‌ ଗ୍ରୀନ୍‌ ମାର୍କେଟ୍‌​‌େ​‌ର ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାର୍ଡରେ ୨ଟି ପରିବା ଦୋକାନ, ୨ଟି ଟ୍ରକ୍‌ ଓ ଗୋଟିଏ ଟ୍ରାକ୍ଟର ଜଳିଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ନିଆଁ ଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ। ସର୍ଟ ସର୍କିଟ୍‌ ହେଉ ଅବା କେହି ବୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ସମ୍ପର୍କରେ ପୁଲିସ ତଦନ୍ତ କରୁ ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Comments are closed.