ଯାଜପୁର : ବାଳାଶ୍ରମ ପଡିଆରେ ପାଳିତ ହେଲା ଜିଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ

ଯାଜପୁର : ଯାଜପୁର ଜିଲା ବାଳାଶ୍ରମ ପଡିଆରେ ୭୧ ତମ ଜିଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଶକ୍ତି ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିିଥିଲେ । ଏହି ଅବସରରେ ସେ ଯାଜପୁର ଜିଲାର ଐତିହ୍ୟ ଓ ସଂସ୍କୃତିକୁ ମନେ ପକାଇବା ସହିତ ପ୍ରତ୍ୟେକ ନାଗରିକ ନିଜର ଅଧିକାର ସହିତ କର୍ତ୍ତବ୍ୟକୁ ମଧ୍ୟ ଭୁଲିବା ଉଚିତ ନୁହେଁ ବୋଲି କହିଥିଲେ । ଆଜିର ଦିନରେ ରାଜ୍ୟର ପ୍ରତ୍ୟେକ ନାଗରିକ  ଆଦିବାସୀ ଅଂଚଳରେ ବିକାଶ ପାଇଁ  ସମସ୍ତେ ସଂକଳ୍ପ ନେବା ଉଚିତ ବୋଲି ମତ ଦେଇଥିଲେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ।

ଏହି ଅବସରରେ ବିଭିନ୍ନ ବିଭାଗ ଓ କମ୍ପାନୀ ମାନଙ୍କର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା । ପ୍ୟାରେଡରେ ବିଭିନ୍ନ ସ୍କୁଲ,କଲେଜର ଛାତ୍ର ଛାତ୍ରୀ,ପୋଲିସ,ଅଗ୍ନିଶମ ବାହନୀ,ଏନସିସି,ସ୍କାଉଟ୍ସ ଓ ଗାଇଡ୍ସ ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିିନ୍ନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି ଜିଲାସ୍ତରୀୟ ଉତ୍ସବରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଏସପି ଚରଣ ସିଂ ମିନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments are closed.