କରୋନା ପାଇଁ ଜିଲା ପରିଷଦର ସ୍ୱତନ୍ତ୍ର ବୈଠକ

ଯାଜପୁର(ଆନନ୍ଦ ଚନ୍ଦ୍ର ସାହୁ) : କରୋନାର ମୁକାବିଲା କରିବା ପାଇଁ ଯାଜପୁର ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗଦେଇ କରୋନାର ମୁକାବିଲା କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରତ୍ୟେକ ଜନପ୍ରତିନିଧି ନିଜ ନିଜ ଅଂଚଳରେ ଜନସାଧାରଣଙ୍କୁ କୋରୋନାର ଭୟାବହତା ସଂପର୍କରେ ଅବଗତ କରିବାକୁ ନିଷ୍ପତ୍ତି ହୋଇଥିଲା । ଯାଜପୁର ଜିଲାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ ଦେଶ ବାହାରୁ ଆସିଥିବା ୪୧୯ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । କୌଣସି ସ୍ଥାନରେ ଜନଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆଇନ ଭଙ୍ଗ କରୁଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରପଂ କରାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

Comments are closed.